pakka

ମାର୍ଗଶୀର ପୂର୍ଣ୍ଣିମାରେ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମ ଗନ୍ଧମାର୍ଦ୍ଦନ ପାହାଡ ଶିଖରେ ଆବାହନ କାଳରୁ ଆବିର୍ଭାବ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଡିସେମ୍ବର ୧୯ ଓ ୨୦ ଦୁଇଦିନ ଧରି ମହାସମାରୋହରେ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା କେଉଁ ଆବାହନ କାଳରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଦେବୀଙ୍କ ପୀଠସ୍ଥଳୀରେ ମାର୍ଗଶିର ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ରାତିରେ ପୂଜା ପାଇ ଆସୁଛନ୍ତି । ଦୁର୍ଗେଇ ଦେବୀଙ୍କ ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ହେତୁ ପ୍ରାକୃତିକ ପରିବେଶ ଅତ୍ୟନ୍ତ ସୌନ୍ଦର୍ଯ୍ୟ ଓ ମନଲୋଭା ହୋଇଥାଏ । ଦୁର୍ଗେଇ ଦେବୀଙ୍କୁ ଦର୍ଶନ କରିବା ପାଇଁ ମନଭଙ୍ଗ ଡ୍ୟାମ ଠାରୁ ପ୍ରାୟ ୫ କିଲୋମିଟର ପଥୁରିଆ ଓ ପାହାଡ ରାସ୍ତା ୨ ଘଣ୍ଟା ଧରି ଅତିକ୍ରମ କଲାପରେ ଦେବୀଙ୍କ ଐଶ୍ବର୍ଯ୍ୟଭରା ପୀଠସ୍ଥଳୀ ଆସିଥାଏ । ଦୁର୍ଗେଇ ଦେବୀଙ୍କ ପୀଠସ୍ଥଳୀରୁ ମନଭଙ୍ଗ ଡ୍ୟାମ ସୌନ୍ଦର୍ଯ୍ୟଭରା ଭକ୍ତମାନଙ୍କୁ ଦ୍ବିଗୁଣିତ କରିଥାଏ । ପାହାଡରେ ଗଲା ବେଳେ ପଡିଥାଏ ପାଟଣାରାଜାଙ୍କର ସୈନ୍ୟ ଛାଉଣୀ ହୁମେରଗଡ । ଏହି ପାଟଣାରାଜା ଶିକାର କରିବା ପାଇଁ ଏହି ଦୁର୍ଗ ତିଆରି କରିଥିଲେ ବୋଲି ଲୋକ କଥା ରହିଛି । ଦେବୀଙ୍କର ପୀଠରେ ଛତିଶଗଡ, ନୁଆପଡା, ବଲାଙ୍ଗିର, ପାଟଣାଗଡ, କଳାହାଣ୍ଡି, ଖରିଆର, ବରଗଡ, ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦିଙ୍କ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତମାନେ ମା’ଙ୍କ ଯାତ୍ରା ଦେଖିବାକୁ ଆସିଥାନ୍ତି । ଭକ୍ତମାନେ ମା’ଙ୍କ ପାଖରେ ଦୀପ, ଧୂପ, ପୁଷ୍ପ, ନଡିଆ, ଫଳ ସମେତ କୁକୁଡା, ବୁଦା ଆଦି ମାନସିକଧାରୀମାନେ ମା’ଙ୍କଠାରେ ଅର୍ପଣ କରିଥାନ୍ତି । ଭକ୍ତମାନଙ୍କର ଆସ୍ଥା ଓ ଭକ୍ତି ପୁତ ବିଶ୍ଵାସ ଥିବା ହେତୁ ମା’ଙ୍କ ପାଖରେ ଦୁଃଖ ଦୂର କରିବା ପାଇଁ ମାନସିକ କରିଥାନ୍ତି । ମାନସିକ ପୂରଣ ହେଲେ ମା’ ଦୁର୍ଗେଇ ଦେବୀଙ୍କ ପାଖରେ ଯାଇ ମାନସିକ ଅର୍ପଣ କରିଥାନ୍ତି । ଏହି ପୂଜା ଉତ୍ସବରେ ଭକ୍ତମାନଙ୍କ ପାଇଁ ଦୁର୍ଗେଇ ଦେବୀଙ୍କ ପୂଜା ପରିଚାଳନା କମିଟି ତରଫରୁ ଅନ୍ନଛତ୍ର ବ୍ୟବସ୍ଥା ସହିତ କୋଶଳୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବରେ ମୁଖ୍ୟ ପୂଜାରୀ ନବୀନ ମଲ୍ଲିକ, ସୁବାଷ ମଲ୍ଲିକ, ସଚ୍ଚିଦାନନ୍ଦ ମଲ୍ଲିକ, ଅନିରୁଦ୍ଧ ମଲ୍ଲିକ, ନକୁଳ ମଲ୍ଲିକ, ତ୍ରିନାଥ ମଲ୍ଲିକ, ଗୋକୁଳ ମଲ୍ଲିକ, ଯୋଗୀ ମଲ୍ଲିକଙ୍କ ଦ୍ବାରା ପୂଜା ଅର୍ଚ୍ଚନା କରିଥିବା ବେଳେ ମା’ ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ, ଉପସଭାପତି ପୂର୍ଣ୍ଣ ଭୋଇ, ସଂପାଦକ ବେଣୁଧର ମଲ୍ଲିକ, କୋଷାଧ୍ୟକ୍ଷ ହୀରଣ୍ୟ ମଲ୍ଲିକ, ସୁମନ୍ତ ଭୁଏ, ଅନନ୍ତରାମ ଭୁଏ, ଯୁଗେଶ୍ବର ପଟେଲ, ରଣଜିତ ମଲ୍ଲିକ, ଜଖା ମଲ୍ଲିକ, ଅନାଦି ମଲ୍ଲିକ, ସୁବାର୍ଚ୍ଚନ ମଲ୍ଲିକ, ମିଠାପାଲି ସରପଞ୍ଚ ସହଦେବ ଧରୁଆ, ପୂର୍ବତନ ସରପଞ୍ଚ ପାନାଲାଲ ସେଠ, ଯୁବ ନେତା ସରୋଜ ମିର୍ଦ୍ଧା, ବୈଦ୍ୟରାଜ ବଜାରୁ ଧରୁଆ, ଗୋଲାପ ଦାସ, ଟିକେଲାଲ ମାହାର, ତ୍ରିନାଥ ମଲ୍ଲିକ, ରୋଦନ ଧରୁଆ, ଈଶ୍ବର ବିଶି, ହେମନ୍ତ ହଂସ, ବାରୁ ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିଥିଲେ । କୋଭିଡ କଟକଣା ନିୟମ ଅନୁସାରେ ପାଳନ ସହ ସାମାଜିକ ଦୂରତା ରକ୍ଷା କରାଯାଇ ଥିବା ବେଳେ ଶତାଧିକ ଭକ୍ତମାନଙ୍କ ସମାଗମ ହୋଇଥିଲା ।

jay balangir
Leave A Reply

Your email address will not be published.

2 × five =

error: Content is protected !!