pakka

ଘୁନସରରେ ତୁଳସୀ ରାମାୟଣ ପାରାୟଣ ପାଇଁ କଳସ ଶୋଭାଯାତ୍ରା

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସାହୁପଡ଼ା (ରୁଗୁଡିପଡ଼ା) ଠାରେ ଆଜି ସାତ ଦିନ ଧରି ହେବାକୁ ଯାଉଥିବା ତୁଳସୀ ରାମାୟଣ ପାରାୟଣ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ସଂକର୍ତ୍ତନ, ଘଣ୍ଟ, ଶଙ୍ଖର ତାଳେ ତାଳେ ସ୍ଥାନୀୟ ଜଳାଶୟରୁ ୧୦୮ କଳସରେ ପାଣିଆଣି ସ୍ଥାନୀୟ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ ପୂଜା କର୍ତା ଭାବେ ସୁରେଶ ସାହୁ ଓ ତାଙ୍କ ଧର୍ମ ପତ୍ନୀ ଲଷ୍ମୀ ପ୍ରିୟା ସାହୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ମୁଖ୍ୟ ପୂଜକ ଭାବେ ଗୋବର୍ଦ୍ଧନ ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ । ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

10 + 17 =

error: Content is protected !!