ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ଲିଂକ୍‌ ହେବ : ଲୋକସଭାରେ ନିର୍ବାଚନ ଆଇନ୍ ସଂଶୋଧନ ବିଲ୍ ପାସ୍

ନୂଆଦିଲ୍ଲୀ : ନିର୍ବାଚନ ଆଇନ ସଂଶୋଧନ ବିଲ୍, ୨୦୨୧ ସୋମବାର ଲୋକସଭାରେ ପାରିତ ହୋଇଛି । ଭୋଟର ତାଲିକାରେ ନକଲ ଏବଂ ନକଲି ଭୋଟିଂକୁ ରୋକିବା ପାଇଁ ଭୋଟର ପରିଚୟ ପତ୍ର ଓ ଭୋଟର୍‌ ତାଲିକାକୁ ଆଧାର କାର୍ଡ ସହିତ ଲିଙ୍କ୍ ପାଇଁ ଏହି ବିଲ୍ ପ୍ରଦାନ କରାଯାଇଛି । ନିର୍ବାଚନ ସଂସ୍କାର ସହ ଜଡିତ ଏହି ବିଲ୍‌ର ଡ୍ରାଫ୍ଟକୁ ଗତ ସପ୍ତାହରେ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।

ଆଇନ ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଏହାକୁ ବିରୋଧ କରିବା ପାଇଁ ସଦସ୍ୟମାନେ ଦେଇଥିବା ଯୁକ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ଉପସ୍ଥାପନ କରିବାର ପ୍ରୟାସ ବୋଲି ସେ କହିଛନ୍ତି । ଏହି ବିଲ୍ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ହୋଇଛି ବୋଲି ମଧ୍ୟ ସେ କହିଛନ୍ତି ।

ଲୋକସଭାରେ ଏହି ବିଲ୍ ଉପରେ ବିତର୍କ ସମୟରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ, ଆଧାର ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର, ଯେଉଁଥିରେ ନାଗରିକଙ୍କ ବାୟୋମେଟ୍ରିକ୍ ଏବଂ ଜନସଂଖ୍ୟା ସମ୍ବନ୍ଧୀୟ ସୂଚନା ରହିଛି । ଆଧାର କେବଳ ବାସସ୍ଥାନର ଏକ ପ୍ରମାଣ ହେବା ଉଚିତ, ଏହା ନାଗରିକତ୍ୱର ପ୍ରମାଣ ହୋଇପାରିବ ନାହିଁ । ସେ କହିଛନ୍ତି ଯେ, ଯଦି ଭୋଟରଙ୍କୁ ଆଧାର ପାଇଁ ପଚରାଯାଏ, ତେବେ ଆପଣଙ୍କୁ କେବଳ ଗୋଟିଏ ଡକ୍ୟୁମେଣ୍ଟ ମିଳିବ, ଯେଉଁଥିରେ ନାଗରିକତା ନୁହେଁ ବରଂ ସେମାନଙ୍କ ବାସସ୍ଥାନ ଦର୍ଶାଯାଇଛି । ଏହା କରିବା ଦ୍ୱାରା ଅଣ-ନାଗରିକମାନଙ୍କୁ ମଧ୍ୟ ଭୋଟ୍ ଦେବାର ଅଧିକାର ପ୍ରଦାନ କରୁଛନ୍ତି ସରକାର ।

Leave A Reply

Your email address will not be published.

two + 8 =