ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗାଁର କାର୍ତ୍ତିକ ପଢିଆରୀଙ୍କ ପୁଅ ଶମ୍ବୁନାଥ ପଢିଆରୀ (୪୦) । ଖବର ଅନୁଯାୟୀ, ଶମ୍ଭୁନାଥ ଗତକାଲି ରାତି ୭ଟା ସମୟରେ ଛକକୁ ଚା ପିଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ । ତାପରେ ସେ ଘରକୁ ଫେରିନଥିଲେ । ଆଜି ପରିବାର ଲୋକେ ବିଲକୁ ଆସିଥିବା ବେଳେ ଶମ୍ଭୁଙ୍କ କ୍ଷତବିକ୍ଷତ ଶବ ବିଲରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଶମ୍ଭୁଙ୍କ ମୁହଁକୁ ଛେଚି ଦିଆଯାଇଥିବା କୁହାଯାଇଛି । ଏନେଇ ଗ୍ରାମବାସୀ କମର୍ଦ୍ଦା ପୁଲିସକୁ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡର କାରଣ କ’ଣ ତାହା ଏଯାଏ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.

9 + 11 =