csstore

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗରେ ବିଜେପିର ବିକ୍ଷୋଭ

ମ.ରାମପୁର, (ହେମନ୍ତ ସାହୁ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଦୁର୍ନିତୀ ଅଭିଯୋଗରେ ବିଜେପି ତରଫରୁ ମ.ରାମପୁରଠାରେ ବିକ୍ଷୋଭ କରାଯାଇ ବିଭିନ୍ନ ସ୍ଥାନରେ ଉପଯୁକ୍ତ ବ୍ୟକ୍ତି ଘର ଖଣ୍ଡେ ପାଇ ନଥିବା ବେଳେ ଅନେକ ବଡ଼ବଡ଼ିଆ ଏହି ଯୋଜନାର ଫାଇଦା ଉଠାଇବା ସହିତ ଲାଭବାନ ହେଇଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଏଥିରେ ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଲୋଚନ ମିଶ୍ର, ଦିବାକର ବାଗ, ମଣ୍ଡଳ ସଭାପତି ପ୍ରତାପ ରଣା, ଶ୍ରୀକାନ୍ତ ହୋତା, ଖୁସିରାମ ସାହୁ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ବିଜେପି କାର୍ଯ୍ୟାଳୟରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ସ୍ଲୋଗାନ ସହିତ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ମ.ରାମପୁର ବ୍ଲକର ଅନେକ ବରିଷ୍ଠ ବିଜେପି କର୍ମୀ ଏହି ବିକ୍ଷୋଭ ତଥା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.