pakka

ପୁଣି ଏକ ବାଇକ ଚୋରି : ୧ ମାସ ମଧ୍ୟରେ ୨ ଟି ବାଇକ ଚୋରି ହେଲାଣି

bbehera

କଳାହାଣ୍ଡି, (ନରୋତମ ସେଲମା) : ରିଷିଡା ସାପ୍ତାହିକ ବଜାର ନିକଟ ବନ୍ଧହୁଡାରୁ ପୁଣି ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରିଷିଡା ସପ୍ତାହିକ ହାଟକୁ ବିନ୍ଧାଣୀ ଗ୍ରାମର ଜନୈକ ଯୁବକ ନିଜର ଏଚ୍‌ଏଫ ଡିଲକ୍ସ ବାଇକରେ ବଜାର କରିବାକୁ ଆସି ବଜାର ନିକଟସ୍ଥ ବନ୍ଧହୁଡାରେ ବାଇକକୁ ଲକ କରି ରଖି ଦେଇ ବଜାର କରିବାକୁ ଯାଇଥିଲେ । ସେ ଫେରିବା ବେଳକୁ ବାଇକ ନ ଥିବା ଦେଖି ରିଷିଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି ମାସେ ପୁରିନି ଠିକ୍‌ ସେଇ ସ୍ଥାନରୁ ତେରେସଂହାର ଜଣେ ଯୁବକର ମଧ୍ୟ ବାଇକ ଚୋରି ହୋଇଥିଲା । ଫଳରେ ବାଇକ ଧରି ଆସିବାକୁ ଭୟ କରୁଛନ୍ତି ଲୋକେ । ବାଇକକୁ ହ୍ୟାଣ୍ଡଲ ଲକ୍ କରି ମଧ୍ୟ ଚୋରି ହେବା ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ଏଥିପ୍ରତି ସ୍ଥାନୀୟ ପୁଲିସ ଦୃଷ୍ଟି ଦେଇ ବଜାର ଦିନ ପେଟ୍ରୋଲିଂ କଡାକଡି କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

10 + eighteen =