jsm

ବିଜୁ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ କୋଭିଡ ସହାୟତା ପ୍ରଦାନ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ୫ଟି ସଚିବ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବ ପ୍ରମୁଖ ଗତକାଲି ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ହିତାଧିକାରୀ, କେନ୍ଦ୍ର/ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏକ ହାଜର ଟଙ୍କା କୋଭିଡ ସହାୟତା ପ୍ରଦାନର ଶୁଭ କରିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ସିଏସ୍‌ଓ ଏହାର ଶୁଭ ଆରମ୍ଭ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ ସଭାଗୃହ ଆଭାଷିରେ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଏମ୍‌ଆଇ ଉପସ୍ଥିତ ରହି ଏହି ଯୋଜନାର ଶୁଭାରମ୍ଭ କରି ନଗଦ ଏକ ହାଜର ଟଙ୍କା ଲେଖା ପାଞ୍ଚ ଜଣ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହାପରେ ଆସନ୍ତାକାଲିଠାରୁ ସବୁ ପଞ୍ଚାୟତରେ ଏହି କୋଭିଡ ସହାୟତା ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.