pakka

କଣ୍ଟାମାଲରେ ବିଜୁ ଜୟନ୍ତୀ ପାଳିତ

bbehera

ବୌଦ୍ଧ, (ମମତା ମହାକୁର) : ଓଡିଶାର ଅନ୍ୟତମ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଆଜି ବୌଦ୍ଧ ଜିଲ୍ଲାର କଂଟାମାଳରେ ପାଳିତ ହୋଇଯାଇଛି । କଣ୍ଟାମାଲ କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କଂଟାମାଳ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମହିଧର ରଣାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଶଂକର୍ଷଣ ପଧାନ ଏବଂ ସୁମିତ୍ରା ସାହୁଙ୍କ ସମତ ନବ ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ସହିତ ବିଜେଡି କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

jay balangir
Leave A Reply

Your email address will not be published.

one × 1 =