pakka

ଶିକ୍ଷକ ବିଦ୍ୟାଧର ଗୁରୁଙ୍କ ଅକାଳ ବିୟୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖାପାଣି ଗାଁର ବିଦ୍ୟାଧର ଗୁରୁ (୪୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ଗୁରୁ ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ବୁର୍ଲା ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କ ବ୍ରେନ୍ ଷ୍ଟୋକ ହୋଇଛି ବୋଲି କହିଥିଲେ ଏବଂ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସେ କେନ୍ଧୁଭଟା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରୁଥିଲେ । ତାଙ୍କ ପଛରେ ବାପା, ମା, ସ୍ତ୍ରୀ, ଦୁଇ ଝିଅ ଓ ଭାଇଙ୍କୁ ଛାଡି ଯାଇଛନ୍ତି । ନିଜ ପୈତୃକ ଗାଁ ବରିହା ପୁଖାପାଣି ସ୍ଵର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ଜଣେ ପରୋପକାରି, ମେଲାପୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

two × four =