କଣ୍ଟେଣ୍ଟମେଣ୍ଟ ଜୋନ ଦେଷଣ୍ଢ ଗାଁକୁ ସାନିଟାଇଟେଜ୍ କଲେ ବିଜୁ ଛାତ୍ର ଜନତା ଦଳ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବିଜୁ ଛାତ୍ର ଜନତା ଦଳ ତରଫରୁ ଦେଓଗାଁ ବ୍ଲକର କଣ୍ଟେଣ୍ଟମେଣ୍ଟ ଜୋନ ଦେଷଣ୍ଢ ଗାଁକୁ ଯୁବ ନେତା ଅର୍କେଷ୍ ନାରାୟଣ ସିଂଦେଓଙ୍କର ନିର୍ଦେଶ କ୍ରମେ ସାନିଟାଇଜ଼ କରାଯାଇଥିଲା । ଏହି ସାନିଟାଇଜେସନ୍ ପ୍ରକ୍ରିୟାରେ ରାଜ୍ୟ ସମ୍ପାଦକ ସୁମନ ନନ୍ଦ, ବ୍ଲକ ଛାତ୍ର ସଭାପତି ଦୀପକ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପିଙ୍କୁ ଷଡ଼ଙ୍ଗୀ, ନଗର ସଭାପତି ସୁନ୍ଦର ବିଶି, ଜିଲ୍ଲା ସମ୍ପାଦକ ନେପାଲ ରାଉତ ଓ ଦେଷଣ୍ଢ ପଞ୍ଚାୟତ ଯୁବ ସଭାପତି ସାନିଟାଇଜେସନ କାର୍ୟ୍ୟକ୍ରମରେ ଯୋଗ ଦେଇ ପିପିଇ କିଟ୍ ପନ୍ଧି ଦେଷଣ୍ଢ ଗାଁକୁ ସାନିଟାଇଜ କରିଥିଲେ । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକର ଦେଷଣ୍ଢ ପଞ୍ଚାୟତରେ ବହୁ ଲୋକ ସଂକ୍ରମିତ ହେବାପରେ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଥିଲେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ।

Leave A Reply

Your email address will not be published.

ten − 8 =

error: Content is protected !!