oom

ପାଇକମାଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୋନ ନଂ. ୨ର ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଯାଇଛି । ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁସାରେ ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ. ୨ର ବିଜେପି ସମର୍ଥିତ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ଦଳ ପ୍ରାର୍ଥୀ ରାଜେନ୍ଦ୍ର ରାଉତଙ୍କ ଠାରୁ ୬୬ ଖଣ୍ତ ଭୋଟ ପାଇ ବିଜୟୀ ହୋଇଛନ୍ତି । ପ୍ରକାଶ ଥାଉକି ଯେ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଅଂଶଗ୍ରହଣ କରିଥିଲେ । ରାଜବୋଡାସମ୍ବର ଜମିଦାର ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ଶ୍ରୀ ବରିହା ଜମିଦାର ପରିବାରରୁ ହୋଇଥିବାରୁ ସେ ସମାଜ ସେବା ପାଇଁ ସର୍ବଦା ଲୋକଙ୍କ ନିକଟତର ହୋଇଥିଲେ । ସେ ଜଣେ ଭଦ୍ର ମେଳାପୀ ଓ ନିଷ୍ଠାବାନ ବ୍ୟକ୍ତିତ୍ୱ ସକାଶେ ପାଇକମାଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି । ଏହି ବିଜୟୀ ଅବସରରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.