ଦୌପଦୀ ମୁର୍ମୁଙ୍କ ଗାଁରେ ବିଜୟ ଉତ୍ସବ, ଆଦିବାସୀ ସମାଜରେ ଖୁସିର ଲହରି

ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ଆଡକୁ ଯାଉଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶବନ୍ତ ସିହ୍ନାଙ୍କଠାରୁ ବହୁତ ଆଗରେ ଅଛନ୍ତି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୁର୍ମୁଙ୍କ ବିଜୟର ସରକାରୀ ଘୋଷଣା ମଧ୍ୟ କରାଯିବ । ଏହା ସହିତ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମାଜରୁ ଆସିଥିବା ଦେଶର ପ୍ରଥମ ରାଷ୍ଟ୍ରପତି ହେବେ । ଯଦିଓ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ସାରା ଦେଶରେ ପାଳନ କରାଯାଉଛି, କିନ୍ତୁ ବିଶେଷକରି ତାଙ୍କ ଗାଁରେ ପାଳିତ ହେଉଥିବା ବିଜୟ ଉତ୍ସବ ନିଆରା ମନେ ହେଉଛି । ଆଜି ସକାଳୁ ରାଇରଙ୍ଗପୁରରେ ଲୋକମାନେ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଶହ ଶହ କିଲୋ ମିଠା ପ୍ରସ୍ତୁତି ଚାଲିଥିବା ବେଳେ ସବୁ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି । ମହିଳାମାନେ ଆଦିବାସୀ ନୃତ୍ୟ ପରିବେଷଣ କରି ବିଜୟ ଉତ୍ସବ ପାଳନ କରୁଛନ୍ତି ।

Leave A Reply

Your email address will not be published.

9 + 14 =