pakka

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ବେଲପଡା ପୁଲିସ

kalikesh

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ବେଲପଡା ବ୍ଲକ ବାଗଦୋର ସମିତି ସଭ୍ୟାଙ୍କ ସ୍ଵାମୀ ଲୋକନାଥ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣାର ଫେରାର୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୁଲିସ । ପୂର୍ବରୁ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ଦିନରୁ ନରେଶ ସାହୁ ଫେରାର ଥିଲା । ପରେ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ଛତିଶଗଡର ରାଇପୁର ଅଞ୍ଚଳର ଏକ ସ୍ଥାନରେ ଲୁଚିକି ଥିବା ବେଳେ ତାକୁ ଗିରଫ କରାଯାଇଥିବା ଉପଖଣ୍ଡ ପୁଲିସ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତାଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଏବଂ ୪ଟି ଜୀବନ୍ତ ଗୁଳି ଜବତ ସହ ଅନ୍ୟ ବ୍ୟବହୃତ ସାମଗ୍ରୀମାନେ ଜବତ କରିଥିଲା । ଗତ ତା୨୮.୩.୨୨ ଦିନ ଲୋକନାଥ ନିଜ ଘର ଆଗରେ ବସିଥିବା ବେଳେ ୩ ଜଣ ଆସି ଗୁଳି ମାଡ଼ କରିଥିଲେ । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବସୁ ପଧାନ ସହ ୫ଜଣ ସୁପାରୀ କିଲରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଗୁଳି ଚାଳନା କରିଥିବା ମୁଖ୍ୟ ସୁପାରୀ କିଲର ନରେଶ ସାହୁ ଫେରାର ଥିଲେ । ତେବେ ଗାଁରେ ପତିଆରା ଜାହିର କରିବାକୁ ବାସୁ ଏବଂ ଲୋକନାଥ ଦୁହିଁଙ୍କ ମଧ୍ୟ୍ୟରେ ତିକ୍ତତା ଲାଗି ରହିଥିବା ଯୋଗୁଁ ବସୁ ପଧାନ ସୁପାରୀ କିଲର ଲଗାଇ ଲୋକନାଥକୁ ହତ୍ୟା କରିଥିବା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ପୁଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା ।

pp
Leave A Reply

Your email address will not be published.

sixteen − fourteen =