csstore

ଲାଠୋର ଆଞ୍ଚଳିକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଆଞ୍ଚଳିକ ସ୍ତରୀୟ ବିଜ୍ଞାନମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରୁଁଆଝର ଠାରେ ଅନୁଷ୍ଠିତ ହୋଇଯାଇଅଛି । ସାଧନକେନ୍ଦ୍ର ସଂଯୋଜକ କୁଞ୍ଜବିହାରୀ ସରାଫ୍ ଓ ପ୍ରଧାନ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । କୁନି ବୈଜ୍ଞାନିକ କାଜଲ ବାଗଙ୍କ ବିଜ୍ଞାନ ଭିତ୍ତିକ କଣ୍ଠସଙ୍ଗୀତ ପରିବେଷଣ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଦିପ କୁମାର ଦାସ, ସୁବନେଶ୍ବର କୁଅଁର, ସତ୍ୟବାନ୍ ସାହୁ ବିଚାରକ ଭାବେ ଯୋଗ ଦେଇଥିବା ଶିକ୍ଷକ ପ୍ରମୋଦ କୁମାର ନାୟକ ତଥା ମାନସ ରଞ୍ଜନ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଆସିଥିବା ସମୁଦାୟ ପ୍ରକଳ୍ପ ମଧ୍ୟରୁ ସାନଗୁର୍ଜିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରକଳ୍ପ ଅଙ୍କ କୁହୁକ, ଶ୍ରୀ ଦୂର୍ଗେଶ୍ବରୀ ଉଚ୍ଚ ବିଦ୍ୟାଳୟର ଲାଠୋରର ମୋବାଇଲ ଆମ୍ବୁଲାନ୍ସ, ଲାଠୋର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୀତତାପ ନିୟନ୍ତ୍ରିତ ଘର, ଜଳପାଙ୍କେଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରକଳ୍ପ ସ୍ପଟନିକକୁ ବ୍ଲକ ସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ କରାଯାଇଥିଲା ।

କରୁଆଁଝର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମୁକେଶ ସୁନା କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.