ବିଲେଇସର୍ଡା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ‘ମଣିଷକୁ ଆଗେଇବାରେ ବିଜ୍ଞାନ’ ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ମହାନ ଉପଲବ୍ଧି ନିମନ୍ତେ ଅର୍ଥ କିମ୍ବା ପୃଷ୍ଠଭୂମିର ବିଶେଷ ଆବଶ୍ୟକତା ନାହିଁ ବରଂ ସ୍ୱପ୍ନ ଓ ସାଧନା ଲୋଡା । ଏହି ଦୃଷ୍ଟିରୁ ରମଣ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି କହିବା ସହ ଦୈନନ୍ଦିନ ଜିବନରେ ବିଜ୍ଞାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁରୋହିତ ନିଜ ସଭାପତିତ୍ୱ ଅଭିଭାଷଣରେ କୋଭିଡ-୧୯ ମହାମାରୀ ଆମକୁ ବିଜ୍ଞାନର ସୁରକ୍ଷା ପ୍ରଦାୟୀ ଭୂମିକା ଉପରେ ଯଥେଷ୍ଟ ସଚେତନ କରିପାରିଛି ବୋଲି କହିବା ସହ ‘ଲୋକଟିଏ – ଗଛଟିଏ’ ଏହି ଧାରାରେ ସମସ୍ତେ ଚାଲିଲେ ନିଶ୍ଚୟ ଆମେ ଆମର ଆଗାମୀ ପିଢି ପାଇଁ ଏକ ସୁସ୍ଥ ଓ ସୁନ୍ଦର ନିର୍ମଳ ପୃଥିବୀ ଛାଡି ଯାଇପାରିବା ବୋଲି ମତ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ନୂତନତ୍ୱର ସନ୍ଧାନ ପଥରେ ଅଗ୍ରସର ହେବା ପାଇଁ ଶିକ୍ଷକ ରଂଜିତ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ଓ ବିଜ୍ଞାନ ପ୍ରଦର୍ଶନୀରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ତରୁଣିମା ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜନା ରଂଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ରାଜ କୁମାର ପ୍ରଧାନ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ପ୍ରମୋଦ ବିଶ୍ୱାଳ, ସୁଦାମ କୁମ୍ଭାର, ଜଗନ୍ନାଥ ଯୋଷୀ, ଅମୁଲ୍ୟ ଦୋରା, ଶିକ୍ଷୟିତ୍ରୀ ସୁବାଷିନୀ ସେଠୀ, ନିରୋତ୍ତମା ବିଶ୍ୱାଲ, ରଶ୍ମିତା ନନ୍ଦ, ରଶ୍ମିତା ବିଶ୍ୱାଲ, ଅଭିଭାବକ ଗଦାଧର ବିଶ୍ୱାଲ ।

Leave A Reply

Your email address will not be published.