ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସଇଁତଲା ବିଜେପି ଦଳର ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ସହରରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଉଥିବା ବେଳେ ତାତିରେ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହି ପ୍ରଚଣ୍ଡ ତାତିରେ ଲୋକେ ପଦାକୁ ବାହାରିବା ପାଇଁ କଷ୍ଟକର ହୋଇ ପଡୁଥିବା ବେଳେ ମନମୁଖୀ ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଆଜି ସଇଁତଲା ବିଜେପି ଦଳ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ବ୍ଲକ ଛକଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସ୍ଥାନୀୟ ବିଦ୍ୟୁତ ଗ୍ରୀଡ଼ କାର୍ଯ୍ୟାଳୟକୁ ପହଂଚିଥିଲେ । ସେଠାରେ ବିଦ୍ୟୁତ ବିଭାଗ ହାଏ ହାଏ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ତମାନ ପ୍ରଚଣ୍ଡ ତାତି ହେଉଥିବା ବେଳେ ଟାଟା କମ୍ପାନୀର ମନମୁଖି ବିଦ୍ୟୁତ କାଟ୍‌କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରିକି ଟାଟା କମ୍ପାନୀ କର୍ମଚାରୀମାନେ ଦାଦାଗିରି କରିବା ସହ ମନଇଚ୍ଛା ଗରିବ ଲୋକଙ୍କୁ ଫାଇନ ଆଦାୟ କରି ଶୋଷଣ କରୁଛନ୍ତି । ଆଗାମୀ ଦିନରେ ଯଦି ମନମୁଖୀ ବିଦ୍ୟୁତ କାଟ୍‌ ହେବ ତେବେ ବିଜେପି ଦଳ ତରଫରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ଚେତାବନୀ ଦେଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନରର୍ସିଂ ସିଂ, ଯୁବ ବିଜେପି ସଂଗଠକ ଲବେନ୍ଦ୍ର ବେହେରା, ଗୋପବନ୍ଧୁ ବଗର୍ତି, କରୁଣାକର ପସାୟତ, ବବୁଲୁ ବୁଡ଼େକ, ସରୋଜ ସାହୁ, ମହେନ୍ଦ୍ର ଅମାତ, ଗଦାଧର ବଗର୍ତି, ସୁରେଶ ଦନ୍ତା ଓ ଗୋବିନ୍ଦ ସାହୁଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.

2 × 4 =