om academy

ରଜ ପର୍ବ ଅବସରରେ ଦହି ପଣା ବଣ୍ଟନ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅସହ୍ୟ ତାତି ଓ ଗୁଳୁଗୁଳିରୁ ପଥିକମାନଙ୍କ ତୃଷା ନିବାରଣ ପାଇଁ ଗ୍ଲୋବାଲ ୨୨୨ ସଂଗଠନ ପକ୍ଷରୁ ଦହି ପଣା ବଣ୍ଟନ କରାଯାଇଛି । ସଂଗଠନର ସଭାପତି ସମୟ ରଞ୍ଜନ ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ରଜ ପର୍ବ ଅବସରରେ ଡେଲାଙ୍ଗ – ଇନ୍ଦିପୁର ରାସ୍ତାର ପାଟପୁର ଛକଠାରେ ପଥିକମାନଙ୍କ ତୃଷା ନିବାରଣ ପାଇଁ ଏକ ଦହି ପଣା ବଣ୍ଟନ କେନ୍ଦ୍ର ଖୋଲାଯାଇଛି । ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଯାତାୟତ କରିଥାନ୍ତି । ଯାହାଫଳରେ ପଥିକ ମାନେ ଏହାର ସୁବିଧା ନେଉଛନ୍ତି । ଏଥିରେ ସଂଗଠନର ସଦସ୍ୟ ସିଦ୍ଧାର୍ଥ ପ୍ରଧାନ, ସୁକାନ୍ତ ପରିଡା, ରାଜେଶ ବେହେରା, ସୁଶାନ୍ତ ପ୍ରଧାନ, ହରିହର ରଥ ଓ ରାମକୃଷ୍ଣ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.