csstore

ଆସନ୍ତା ୧୫ ତାରିଖ ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ୧୫ ତାରିଖ ଦିନ ପାଓ୍ବାର କଟ ହେବ ବୋଲି OPTCL ପକ୍ଷରୁ କମ୍ପାନୀର ଯୋଗାଯୋଗ ଏବଂ ଲୋକ ସଂପର୍କ ମୁଖ୍ୟ ସୂଚନା ପ୍ରଦାନ କରିଛନ୍ତି । ଗ୍ରୀଡ ଓ ସବଷ୍ଟେସନର ମେଟାନାନ୍ସ ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ୟାହତ ହେବ ବୋଲି ସୂଚନା ଦେଇଛନ୍ତି । ସମ୍ବଲପୁର ଇଲେକ୍ଟ୍ରିକାଲ ଡିଭିଜନ ଅନ୍ତର୍ଗତ ସମ୍ବଲପୁର ମହାନଗର ଅଞ୍ଚଳର ଅଏଠାପାଲି, ବୁଢ଼ାରଜା, ବରେଇପାଲି, କ୍ଷେତରାଜପୁର, ପୁଟିବନ୍ଧ, ଭୁତାପଡା, ବଡ଼ ବଜାର, ବାଲିବନ୍ଧା, କମିଶନରର୍ସ କଲୋନୀ, ବ୍ରୁକ୍ସ ହିଲ୍, ସାକ୍ଷୀପଡା, ଧନୁପାଲି, ଗୋଲବଜାର, ଶାସନ, ଚାଉରପୁର, ବୁର୍ଲା, ଜ୍ୟୋତି ବିହାର ପ୍ରମୁଖ ଅଞ୍ଚଳରେ ସକାଳ ୮ଟାରୁ ସଂଧ୍ୟା ୫ପର୍ଯ୍ୟନ୍ତ ପାଓ୍ବାର କଟ ହେବ । ସେହିପରି ବରଗଡ଼ ଜିଲ୍ଲାରେ ମଧ୍ୟ ୧୫ ତାରିଖ ସକାଳ ୮ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅତାବିରା, ଥୁଆପାଲି, ପତରାପାଲି, ଭେଡେନ ଅଞ୍ଚଳରେ ଇଲେକ୍ଟ୍ରିକାଲ ମରାମତି କାର୍ଯ୍ୟ କରିବା ପାଇଁ ବିଦ୍ୟୁତ ଯୋଗାଣ ବ୍ୟାହତ ହେବ ବୋଲି ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.