oom

ପାଇକମାଲରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଜେପି କର୍ମୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ସାରା ବରଗଡ ଜିଲ୍ଲାରେ ବିଜେପି ତରଫରୁ ତୀବ୍ର ବିରୋଧ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ମାନଙ୍କର ବିରୋଧର ସମ୍ମୁଖୀନ ହେଉଛନ୍ତି । ଆଜି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇକମାଲ ଗସ୍ତ ସମୟରେ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା । ପୋଲିସ ଉପସ୍ଥିତିରେ ମନ୍ତ୍ରୀଙ୍କୁ କଳାପତକା ଦେଖାଇବା ସହ ବିଜେପି କାର୍ଯ୍ୟକର୍ତ୍ତା ମାନେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଥିଲେ । ପାଇକମାଲ ଆଇଆଇସି ବିଶ୍ଵଜିତ ମନବୋଧ ପ୍ରଦର୍ଶନକାରୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କାବୁ କରି ଗିରଫ କରିବା ସହ କୈଳାଶ ଦିଶ୍ରୀ, ସଂଜୟ ବେହେରା, ବଳରାମ ସାହୁ, ପୁରୁଷୋତ୍ତମ ନାଏକ, ଇନ୍ଦ୍ରଜିତ ଭୋଇ, ଅଜିତ ସାହୁ, ରାଜ ମହମ୍ମଦ, ରୋଶନ ପାଣିଗ୍ରାହୀ, ନରୋତ୍ତମ ଦାଶ, ଅଲେଖ ସାହୁଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ମନ୍ତ୍ରୀଙ୍କୁ ବିରୋଧ କରାଯିବାର ଆଶଙ୍କା କରି ପାଇକମାଲ ପୋଲିସ ସକାଳୁ ସକାଳୁ ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟନାରାୟଣ ବେହେରା, ସୁଶାନ୍ତ ନାଗ, ଧନସିଂ ତାଣ୍ତିଙ୍କୁ ଥାନାରେ ଅଟକ ରଖିଥିଲେ ମଧ୍ୟ ବିରୋଧ ପ୍ରଦର୍ଶନକୁ ଅଟକାଇ ପାରି ନ ଥିଲା । ମନ୍ତ୍ରୀଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ମନ୍ତ୍ରୀ ଫେରି ଯିବା ପରେ ଥାନା ଅଧିକାରୀ ସମସ୍ତ ବିଜେପି ନେତାଙ୍କୁ ଛାଡିଥିଲେ ।

jittmm
Leave A Reply

Your email address will not be published.