csstore

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମର ଜୈନେକ ଯୁବକ ପବିତ୍ର ପ୍ରଧାନ(୨୪)ଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରାଜ୍ୟ ସିପିଏମ୍ ସମ୍ପାଦକ ଆଳିକିଶୋର ପଟନାୟକ, ଜିଲ୍ଲା ସମ୍ପାଦକ କୈଳାସ ଷଢଙ୍ଗୀ, ସ୍ଥାନୀୟ ସରପଞ୍ଚ ଦିଲିପ ଛୋଟରାୟ, ସିପିଏମ ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, କୃଷକ ନେତା ଧର୍ମରାଜ ସ୍ୱାଇଁ, ଶିକ୍ଷକ ଶେଷଦେବ ଛାଟୋଇ ପ୍ରମୁଖ ଗ୍ରାମରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବାବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଗ୍ରାମ ଶ୍ମଶାନଙ୍କୁ ଏକ ଶୋଭାଯାତ୍ରାରେ ଯାଇ ଉକ୍ତ ଯୁବକଙ୍କ ଶବ ସଂସ୍କାର କରିଥିଲେ ।

jayashree
Leave A Reply

Your email address will not be published.