csstore

କୁମୁଡ଼ାବାଲି କସ୍ତୁରବା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଛାତ୍ରୀ ନିବାସ ପରିଚାଳିକା ପ୍ରତିମା ବାରିକଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରାଯିବା ସହ ଟିକରପଡା ସ୍ଥିତ ରେଳବାଇ କଲୋନୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟାଳୟରେ ସ୍ଥିର କରାଯାଇଥିବା ଜଣାପଡିଛି । ଗତ ୧୭ ତାରିଖ ଦିନ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୁଆରୀ ଜନ ଅଭିଯୋଗ ଶୁଣାଣି ଶିବିର ମୁନିଗୁଡ଼ା ଯାଇଥିବା ସମୟରେ କୁମୁଡାବାଲି ବିଦ୍ୟାଳୟ ପରିଦର୍ଶନକୁ ଯାଇଥିଲେ । ସେଠାରେ ବିଦ୍ୟାଳୟର ଛାତ୍ରୀମାନେ ପ୍ରତ୍ୟକ୍ଷ ଭାବେ ସାହାସ କରି ଜିଲ୍ଲାପାଳଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ବାରିକଙ୍କ ଯାବତୀୟ ଅନିୟମିତତା ଏବଂ ବ୍ୟବହାର ବିଷୟରେ ଖୋଲାଖୋଲି ଭାବେ ଅବଗତ କରିଥିଲେ । ଏହାକୁ ଆଧାର କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବି. ଭାସ୍କର ରାଓ ଓଡ଼ିଶା ନାଗରିକ ସେବା ନିୟମ ୧୯୬୨(୧୨) ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଙ୍କର କାର୍ଯ୍ୟାଳୟ ପତ୍ରାଙ୍କ ୧୦୮୨ ମୁତାବକ ନିଲମ୍ବିତ କରିଛନ୍ତି ।

jayashree
Leave A Reply

Your email address will not be published.