jsm

ବିଧାୟକଙ୍କ ଦ୍ୱାରା ଯୁକ୍ତଦୁଇ ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟର ପୃଥକ ପୃଥକ ଦୁଇଟି ହଷ୍ଟେଲ ନିର୍ମାଣର ଶିଳାନ୍ୟାସ

csstore

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ବୁଧବାର ଦିନ ପୃଥକ ପୃଥକ ଦୁଇଟି ନୂତନ ମହିଳା ହଷ୍ଟେଲ ନିର୍ମାଣ ନେଇ ଶିଳାନ୍ୟାସ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଓଡିଶା ସରକାରଙ୍କ ଦ୍ୱାରା ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ମିଶ୍ରିତ ସହରୀ ଆଧୁନିକ ହଷ୍ଟେଲ ନିର୍ମାଣ ଯୋଜନାରେ ନିର୍ମାଣ ହେଉଛି । ଏହା କଂଟାବାଂଜି ମୁକୁନ୍ଦି ଲାଲ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପୃଥକ ପୃଥକ ୩କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ୱେଲ୍‌ଫେୟାର୍‌ ଫଣ୍ଡରୁ ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରୀମାନଙ୍କ ପାଇଁ ପୃଥକ ପୃଥକ ଏକଶହ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ । କଂଟାବାଂଜି ମୁକୁନ୍ଦି ଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଧାୟକ ସାଲୁଜାଙ୍କ ଦ୍ୱାରା ଦୀର୍ଘ ୩୦ବର୍ଷ ପରେ ସରକାରୀ ଅନୁଦାନରୁ ୬ କୋଟି ଟଙ୍କା ମିଳିଥିବାରୁ ଉଚ୍ଚ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶିଳାନ୍ୟାସ ଉତ୍ସବରେ ଯୁକ୍ତଦୁଇ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁ, ଯୁକ୍ତତିନି ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଶିଳାନ୍ୟାସ ଉତ୍ସବରେ ମଂଚାଶିନ ଥିବା ବେଳେ ଉଭୟ ଦୁଇ ମହାବିଦ୍ୟାଳୟର ସହସ୍ରାଧିକ ଛାତ୍ରୀ, ଅଧ୍ୟାପକ ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ରାଜିବ କୁମାର ମେହେର, ସୋମନାଥ ମେହେର, ରାଜେନ୍ଦ୍ର କୁମାର ପୁଝାହାରି, ଦେବେନ୍ଦ୍ର ପଣ୍ଡା, ବଳରାଜ ସିଂଦେଓ, କଲ୍ୟାଣୀ ମେହେର, ରଶ୍ମି ମେହେର, ନିରାବାତି ପଧାନ, ଲୋପନିତା ପଧାନ, ଭାସ୍କର ମେହେର ସହ ଅନ୍ୟ ଅଧ୍ୟାପିକା ଅଧ୍ୟାପକ ସହ ବିଧାୟକ ନୋମିନି କାର୍ତ୍ତିକ ପୁଟେଲ, ଯୁବରାଜ ଜୈନ, ସଂଜୟ କୁମାର ଲାଠ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.