jsm

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ସର୍ବଭାରତୀୟ ୫୬ତମ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳ ଭିଲେଇ ବିକେପି ୟୁଥ୍‌ ଏଫ୍‌ସି ଓ କୁଚିଣ୍ଡା ବିଏଫ୍‌ସି ମଧ୍ୟରେ ହୋଇଥିଲା । ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲେ ମଧ୍ୟ କୁଚିଣ୍ଡା ଦଳ ୩-୧ ଗୋଲରେ ବିଜୟ ଲାଭ କରି ସେମିଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ଆୟୋଜକ କମିଟୀର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଅର୍କେଶ ନାରାୟଣ ସିଂହଦେଓ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକି ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ବ୍ଲକ ଅଧ୍ୟକ୍ଷା ସରିତା ବାଗ ଏବଂ ପୂର୍ବତନ ଅଧ୍ୟକ୍ଷ ତଥା ସଦାଇପାଲି ସମିତିସଭ୍ୟ ଗୁଲାପ ବାଗ । ଆସନ୍ତାକାଲି ବ୍ରମପୁର ଏଫ୍‌ସି (ମଧ୍ୟପ୍ରଦେଶ) ଇନ୍ଦୋର ସହ ହୁଗୁଲି ମାଣିକ ଫୁଟବଲ କୋଚିଂ(ପଶ୍ଚିମବଙ୍ଗ) ସହିତ ଖେଳ ହେବ ବୋଲି ଜଣାଯାଇଛି । ସୁବ୍ରତ କୁମାର ପୁରୋହିତ, ସୁଧାଂଶୁ ସେଠ, ସଂଜିବ କୁମାର ମହାରଣା ଓ ଦେବାଶିଶ ବାଗ ରେଫରୀ ଭାବରେ ଖେଳ ପରିଚାଳନା କରିଥିବାବେଳେ ସୁନୀଲ ଚନ୍ଦ୍ର ବିଶ୍ୱାଳ ମ୍ୟାଚ୍‌ କମିଶନରର ଦାୟୀତ୍ୱ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର, କମରୁନ ନିସା, ସୁସ୍ମିତା ସୁନା, କୁସୁମ ମଞରୀ ନାଗ, ମୋନାଲିସା ବେସରା, ପ୍ରିୟଙ୍କା ପଣ୍ଡା, ଭୁମିସୁତା ଘିବେଲା, ସୋନାଲିକା ପାଣିଗ୍ରାହୀ, ଶାନ୍ତନୁ ମିଶ୍ର, ଶ୍ରୀଧର ସେଟ୍‌, ବିରେନ୍ଦ୍ର ସୁନା, ପ୍ରଭାତ ମିଶ୍ର, ପରାସର ବାଗ, ଶରତ ନନ୍ଦ, ହେମନ୍ତ ବେହେରା, ଅଭିମନ୍ୟୁ ପାଣ୍ଡେ, ଶଶିଶେଖର ପଣ୍ଡା ଓ ଚଗଲା ପରିଛା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.