csstore

ବିଳମ୍ବିତ ରାତିରେ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଲେ ବିଧାୟକଙ୍କ ପ୍ରତିନିଧି

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତୀର୍କୀଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ସି. ଏଚ୍‌. ସି. ବିଶ୍ରା ମେଡ଼ିକାଲ୍‌ରେ ଆକସ୍ମିକ ନିରୀକ୍ଷଣ ପାଇଁ ପହଁଚିଲା ପରେ ରୋଗୀଙ୍କ ସହ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ବୀରମିତ୍ରପୁର ବିଧାୟକଙ୍କ ପ୍ରତିନିଧି ତାପସ ଘୋସାଲ । ଯେଉଁ ଯେଉଁ ସମସ୍ୟା ବିଷୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଲୋକଙ୍କ ପାଖରୁ ଜାଣିବାଙ୍କୁ ପାଇଥିଲେ ସେ ସବିଶେଷ ବିଧାୟକଙ୍କୁ ଜଣାଇ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟଙ୍କ ପାଖରୁ ଟଙ୍କା ଆଦାୟ ହେଉଥିବା ଜାଣିବାକୁ ପାଇଲା ପରେ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ସେ ଫୋନ୍‌ ଉଠାଇନଥିଲେ । ଏହି ବିଷୟରେ ବିଧାୟକଙ୍କୁ ଜଣାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାପସ କହିଛନ୍ତି ।

jayashree
Leave A Reply

Your email address will not be published.