ls

ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରତ ପୂର୍ବ ସରପଞ୍ଚକୁ ଭେଟିଲେ ବିଧାୟକ

a12

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧିନ ହୀରାପୁର ପଂଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବୀରେ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ୱାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଆମରଣ ଅନଶନରେ ବସିଛନ୍ତି । ପ୍ରଶାସନ ପକ୍ଷରୁ ଶ୍ରୀ ବିଶ୍ୱାଳଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଦୁର୍ନୀତିରେ ଲିପ୍ତ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀରେ ଶ୍ରୀ ବିଶ୍ୱାଳ ଅନଶନରେ ବସିଛନ୍ତି । ବୁଧବାର ସନ୍ଧ୍ୟାରେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଡ଼ିଓ ଆକାଶ ରଞ୍ଜନ ସାହୁ ପ୍ରମୁଖ ଅନଶନରେ ବସିଥିବା ଶ୍ରୀ ବିଶ୍ୱଳଙ୍କୁ ଭେଟି ଆଲୋଚନା କରିଥିଲେ ହେଁ ତାହା ବିଫଳ ହୋଇଥିବା ଜଣାଯାଇଛି । ଆସନ୍ତା ୨୪ ତାରିଖ ସୁଦ୍ଧା ଏ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶ୍ରୀ ବିଶ୍ୱାଳ ନିଜ ଜିଦରେ ଅଟଳ ରହିଥିବା ଜଣାଯାଇଛି । ହୀରାପୁର ପଂଚାୟତ ଦୁର୍ନୀତି ବାବଦରେ ପୂର୍ବରୁ ଭିଜିଲାନ୍ସ ମଧ୍ୟ ଖୋଲତାଡ଼ କରିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଯୋଗୁଁ ପୂର୍ବତନ ସରପଞ୍ଚ ଶ୍ରୀ ବିଶ୍ୱାଳ ଅନଶନରେ ବସିଥିବା ଜଣାଯାଇଛି ।

manabhanjan
Leave A Reply

Your email address will not be published.