ହାଜତ ମୃତ୍ୟୁ ମାମଲା ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭା ଶୀତ ଅଧିବେଶନ ସର୍‌ଗରମ୍‌

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ହାଜତ ମୃତ୍ୟୁ ମାମଲା ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ହୋ-ହାଲ୍ଲା ଦେଖିବା ଦେଇଛି । ତେବେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରଥମେ ୧୫ ମିନିଟ ଏବଂ ପରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିବା ଜଣାପଡ଼ିଛି । କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର ହାଜତ ମୃତ୍ୟୁ ମାମଲା ଉଠାଇଥିଲେ । ସେ କହିଥିଲେ ଯେ, ଜାତୀୟ ମାନବାଧିକାର ଆୟୋଗ ତାଗିଦ କରି ମାନବ ଅଧିକାର ଉଲ୍ଲଂଘନ ହୋଇଛି ବୋଲି କହିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହର ସବୁ କାର୍ୟ୍ୟ ବାତିଲ କରି ମୋସନ ଆକାରରେ ହାଜତ ମୃତ୍ୟୁ ପ୍ରସଙ୍ଗ ଆଲୋଚନା ହେଉ ବୋଲି କହିଥିଲେ ।

Leave A Reply

Your email address will not be published.