ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୨୦ତମ ଶ୍ରାଦ୍ଧ ଦିବସ ବରପାଲି ଗଙ୍ଗାଧର କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନୃତ୍ୟ ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମହେନ୍ଦ୍ର ମେହେର ପରିଚାଳନା କରିଥିଲେ। । ଏଥିରେ ମୁଖ୍ୟ ଅତିଥି ଭାବେ ଲାଲ ବିକ୍ରମ ସିଂହଦେଓ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ନିରଞ୍ଜନ ମେହେର, ଡାକ୍ତର ସୁବଳ ମାଝୀ, ବିରେନ୍ଦ୍ର ନାଗ, ସାତ୍ତ୍ୱିକ ନାୟକ, ଦେଖୁ ଭୋଇ ପ୍ରମୁଖ ବହୁ ନାଟ୍ୟ ପ୍ରେମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.