ନଗର ଚିକିତ୍ସାଳୟରେ ଦୁଇ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡ଼ି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଡ଼ା. ବିଶ୍ୱମ୍ବର ବେହେରା ପ୍ରକାଶ କରିଛନ୍ତି । ସ୍ଥାନୀୟ ନଗର ଚିକିତ୍ସାଳୟର କର୍ମଚାରୀ ଲଡୁ କିଶୋର ବେହେରା ଓ କସ୍ତୁରୀ ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ପ୍ରୋଭିଜିନାଲ୍‌ ପେନସନ୍‌ ସହିତ ଉପହାର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଡ଼ା. ପ୍ରଶାନ୍ତ କୁମାର ପାତ୍ର, କର୍ମଚାରୀ ସଂଘର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ରବି ରଥ, ଗଞ୍ଜାମ ଜିଲ୍ଲା ମେଡ଼ିକାଲ କର୍ମଚାରୀ ସଂଘର ସଂପାଦକ ଜି.ନରସିଂହ ରାଓ, ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ସଂଘର କୋଷାଧ୍ୟକ୍ଷ ଟୁନା ଜେନା, କାର୍ଯ୍ୟକାରୀ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ଯୁଗ୍ମ ସମ୍ପାଦକ ବିପିନ ବିହାରୀ ନାୟକ ପ୍ରମୁଖ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଉଭୟ ଅବସର ନେଇଥିବା କର୍ମଚାରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ ।

Leave A Reply

Your email address will not be published.