ଦେଶରେ କରୋନା ସଂକ୍ରମଣ କମୁଛି, ୫ ଲକ୍ଷରୁ କମ୍‌ ସକ୍ରିୟ ମାମଲା : ସୁସ୍ଥତା ହାର ୯୭%ରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅଧିକରୁ ଅଧିକ ଦୁର୍ବଳ ହେଉଥିବା ଜଣାପଡିଛି । କରୋନା ଭୂତାଣୁ ସଂକ୍ରମଣର ହାର କ୍ରମାଗତ ଭାବରେ ହ୍ରାସ ପାଉଛି । କରୋନାରୁ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ କରୋନାର ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି । ଏଗୁଡ଼ିକ ହେଉଛି ସୂଚକ ଯେ, ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ଦୁର୍ବଳ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତ ଚିହ୍ନଟ ପାଇଁ ୧୮.୭୬ ଲକ୍ଷ ପରୀକ୍ଷା କରାଯାଇଛି ଏବଂ ଏଥିରେ ୪୪୧୧୧ ଜଣ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍‌ ବର୍ତ୍ତମାନ କରୋନା ସଂକ୍ରମଣ ହାର ୨.୩୫ ପ୍ରତିଶତକୁ ଖସି ଆସିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୭୪୭୭ ଜଣ ଲୋକ କରୋନା ଭୂତାଣୁରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ସକ୍ରିୟ ରୋଗ ୧୪୧୦୪ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ୫ ଲକ୍ଷରୁ ଖସି ୪.୯୫ ଲକ୍ଷକୁ ହ୍ରାସ ପାଇଛି, ଯାହା ଏପର୍ୟ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ ମାମଲାର ମାତ୍ର ୧.୬୭ ପ୍ରତିଶତ ଅଟେ । ଦେଶରେ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ମୋଟ ୩.୦୫ କୋଟି ଲୋକଙ୍କ ମଧ୍ୟରୁ ୨.୯୬ କୋଟିରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍‌ କରୋନା ସଂକ୍ରମଣ ହାର ୯୭.୦୧ ପ୍ରତିଶତକୁ ଖସି ଆସିଛି ।

Leave A Reply

Your email address will not be published.