jsm

ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପଲସଦା ଆୟୁର୍ବେଦ ଚିକିତ୍ସା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ପଲସଦା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ନୃସିଂହନାଥର ପ୍ରଥମ ବ୍ୟାଚର ଜଣେ ଆଦର୍ଶ ମେଧାବୀ ଆୟୁର୍ବେଦ ବିଜ୍ଞାନ ଛାତ୍ର ଭାବରେ କୃତିତ୍ଵ ସହକାରେ ବି-ଏ-ଏମ-ଏସ ଡିଗ୍ରୀ ଲାଭ କରି ୧୯୯୮ ଏପ୍ରିଲ ମାସରେ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଇଥିଲେ । ନିଷ୍ଠା ଓ ସହୃଦୟତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସାର ପାତ୍ର ହୋଇଥିଲେ ୨୦୦୩ରୁ ୨୦୦୮ ଓ ୨୦୧୭ରୁ ୩୧-୦୭-୨୦୨୨ ଦୀର୍ଘ ଦଶ ବର୍ଷ ତଥା ଦୁଇ ଥର ଆଦର୍ଶ ସେବା ମନୋଭାବ ନେଇ ଅଗଣିତ ରୋଗୀଙ୍କ ଚିକିତ୍ସା କରି ଜଣେ ଭଲ ଚିକିତ୍ସକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ । ପିତାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜିଲ୍ଲା ଆୟୁଷ ଚିକିତ୍ସା ଅଧିକାରୀ ଡ଼ୋଲାମଣୀ ପୁରୋହିତଙ୍କ ସଭାପତିତ୍ୱରେ ବିଦାୟକାଳୀନ ଆରମ୍ଭ ହୋଇଥିଲା ମଞ୍ଚାସୀନ ଥିଲେ ଡ. ଡ଼ୋଲାମଣୀ ପୁରୋହିତ, ଡ. ମନୋରଞ୍ଜନ ଦେବତା, ଡ. ହର୍ସ ପାଣିଗ୍ରାହୀ (ବର୍ତ୍ତମାନ ଚାର୍ଜ ନେଇଛନ୍ତି) ପିତାମ୍ବର ସାହୁ ଓ ମହେନ୍ଦ୍ର ସାହୁ । ଉକ୍ତ ସଭାରେ ପଲସଦାର ଗ୍ରାମ କମିଟି ପଲସଦା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ଡ. ମନୋରଞ୍ଜନ ଦେବତାଙ୍କୁ ଜିଲ୍ଲା ଅଧିକାରୀ ଡ. ଡ଼ୋଲାମଣୀ ପୁରୋହିତ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇଥିଲେ । ପଲସଦାର ଗ୍ରାମବାସୀ ବୃନ୍ଦ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରିଥିଲେ । ବିଶ୍ଵନାଥ ରଣା, ଟେକରାଜ ପଟେଲ, ଲଲିତ ପଟେଲ, ଫକୀର ପାଣିଗ୍ରାହୀ ପ୍ରମୁଖ ଅଭିଭାଷଣ ଦେଇଥିଲେ । ମଞ୍ଚାସୀନ ଅଧିକାରୀ ଓ ଉପସ୍ଥିତ ଜନସାଧାରଣ ଉତ୍ତମ ସେବା ଚିକିତ୍ସା ପାଇଁ ଶ୍ରୀ ଡ ଦେବତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

yuvodaya
Leave A Reply

Your email address will not be published.