csstore

କ୍ଷୁଦ୍ର ଜଳସେଚନ ବିଭାଗର ସେବା ନିବୃତ୍ତି ବିଦାୟକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ପରିଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ନିର୍ବାହୀଯନ୍ତ୍ରୀ ରବି ରଥ ବିଭାଗୀୟ ଗୁରୁ ଦାୟିତ୍ୱ ହାତକୁ ନେଇଛନ୍ତି । ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଏବଂ ନୂତନ ଦାୟିତ୍ୱ ଗ୍ରହଣ ଉତ୍ସବରେ ବିଭାଗୀୟ ମୁଖ୍ୟ କିରାଣୀ ପ୍ରଦୀପ କୁମାର ଭୋଇ ପୌରହିତ୍ୟ କରି ବିଭାଗୀୟ ଯନ୍ତ୍ରୀ ଦ୍ୱୟଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ କାର୍ଯ୍ୟ ପଦ୍ଧତିର ସ୍ମୃତି ଚାରଣ କରିଥିôଲେ । ସମ୍ମାନୀୟ ଅତିଥି ଅଧିକ୍ଷଣ ଯନ୍ତ୍ରୀ କନ୍ଦର୍ପ ପଧାନ ନବନିଯୁକ୍ତି ଓ ସେବା ନିବୃତ୍ତି ଯନ୍ତ୍ରୀ ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନଭଞ୍ଜନ ଶତପଥି, ବଚନଲାଲ ସାହୁ, ଅରବିନ୍ଦ ପ୍ରଧାନ, ନବିନ ପ୍ରଧାନ, ଦୟାନିଧି ପୁରୋହିତ, ସନ୍ତୋଷିବାଳା ସାହୁ, ଜାହିଦା ନିଶା ବେଗମ୍‌, ଲଳିନ୍ଦ୍ର ବେହେରା, ପ୍ରଦ୍ୟୁମ୍ନ ମେହେର, ତ୍ରିଲୋଚନ ବେହେରା ପ୍ରମୁଖ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.