csstore

ବିଦାୟ କାଳୀନ ସମ୍ୱର୍ଦ୍ଧନା

ଲୋଇସିଂହା (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ୍ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ନିର୍ମଳ କୁମ୍ଭାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ସସ୍ମିତା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷକ ପ୍ରମୋଦ କୁମାର କଲେତ, ସୁରେଶ କୁମାର ଦାସ, ନିର୍ମଳ କୁମ୍ଭାର ଏବଂ ଦିଲୀପ କୁମାର ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶିକ୍ଷକ ଶ୍ରୀ କୁମ୍ଭାରଙ୍କ ନିରାମୟ ଜୀବନ ତଥା ଉଜ୍ୱଳ ଭବିଷ୍ୟତ କାମନା କରିଥଲେ । ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ପ୍ରଶଂସା କରି ଆଶିଷ ଭିକ୍ଷା କରିଥଲେ । କାର୍ଯ୍ୟକ୍ରମ ସଂଯୋଜକ ଦିଲୀପ ମିଶ୍ରଙ୍କ ବିଦାୟୀ କବିତାରେ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ । ଶେଷରେ ଖେଳଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.