ବିବାହ ବନ୍ଧନରେ ବାନ୍ଧିହେଲେ ୟୁଟ୍ୟୁବର ବିଶ୍ୱନାଥ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବିଏମ୍ ସେମଳା ପଞ୍ଚଯାତ ଅନ୍ତର୍ଗତ ଦୁରାଗାଁ ଗ୍ରାମର ବିଶ୍ୱନାଥ ବିଷୋୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିଶ୍ୱନାଥ ନିଜ ମାମୁଁଙ୍କ ଝିଅ ସହିତ ବିବାହ କରିଛନ୍ତି । ବିଶ୍ୱନାଥ ବିଷୋୟୀ ନବରଙ୍ଗପୁର ଜିଲ୍ଲାର ଜଣେ ସଫଳ ୟୁଟ୍ୟୁବର ଭାବେ ବେଶ ପରିଚିତ । ଦେଶିଆ ଭାଷା ଓ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ କରି ନିଜ ୟୁଟ୍ୟୁବ ଚ୍ୟାନେଲ ଜେ.ବି.ଆର୍ ପ୍ରୋଡକ୍ସନ ଓ ବିଶ୍ୱନାଥ ମ୍ୟୁଜିକ୍‌ରେ ବିଭିନ୍ନ ସଚେତନତା ଭିତ୍ତିକ ଭିଡ଼ିଓ ଓ ଦେଶିଆ ଗୀତ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ ଏବଂ ମନୋରଞ୍ଜନର ଖରାକ ଯୋଗାଉଛନ୍ତି । ନିଜେ ଅଭିନୟ କରିବା ସହିତ ସ୍ଥାନୀୟ ଅଞ୍ଚଳର ନୂତନ କଳାକାର ଏବଂ ଗାୟକ, ଗାୟିକାମାନଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଲୋକଲୋଚନକୁ ଆଣି ଅଭିଭକ୍ତ କୋରାପୁଟ ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ହେଉଛନ୍ତି ବିଶ୍ୱନାଥ ବିଷୋୟୀ । ବିଶ୍ୱନାଥ ଗତ ମେ ୪ ତାରିଖରେ ବିବାହ କରିଛନ୍ତି । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ଗ୍ରାମ ନିବାସୀ ଦିବାକର ବିଷୋୟୀ ଓ ଶ୍ରୀମତୀ ଧନେଶ୍ୱରୀ ବିଷୋୟୀଙ୍କ ସୁକନ୍ୟା ବିଜୟଲଷ୍ମୀଙ୍କ ସହ ବିଶ୍ୱନାଥଙ୍କ ଶୁଭବିବାହ ଅନୁଷ୍ଠିତ ହୋଇଯାଇଛି । ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଦୁଇ ପକ୍ଷ ପରିବାର ବର୍ଗଙ୍କ ସମେତ ନିଜ ସାଙ୍ଗସାଥୀ ଓ ପ୍ରୋଡକ୍ସନର କଳାକାର ଗାୟକ, ଗାୟିକା, ମ୍ୟୁଜିସିୟାନଙ୍କ ଉପସ୍ଥିତିରେ ମେଣ୍ଟ୍ରିସ୍ଥିତ କନ୍ୟା ପିତାଙ୍କ ବାସଭବନ ଠାରେ ମାଙ୍ଗଳିକ ଉତ୍ସବ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଦୁରାଗାଁ ସ୍ଥିତ ବାସଭବନଠାରେ ରିସେପ୍‌ସନ ପାର୍ଟିର ଆୟୋଜନ କରାଯାଇଥିବା ବେଳେ ନିମନ୍ତ୍ରିତ ଅତିଥିଙ୍କ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

thirteen + fifteen =

error: Content is protected !!