ଭୂତ କୋଠାରେ ପରିଣତ ହେଲାଣି କନ୍ଧକେଲଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡିଏ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ଏଠି ପ୍ରଶ୍ନ ଉଠୁଛି । କିଛି ମାସ ହେବ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ମଧ୍ୟ ଅସୁବିଧା ହେଉଛି । କି‌ନ୍ତୁ ଅନ୍ୟପଟେ କନ୍ଧକେଲଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବେ ଭୁତ କୋଠାରେ ପରିଣତ ହୋଇଗଲାଣି ବୋଲି ଆଲୋଚନା ହେଉଛି । ସୂଚନା ଏହିକି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ବଡମୁଣ୍ଡା ଗାଁ ପାଖରେ ୨୦୧୮ ମସିହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ସ୍ଵାସ୍ଥ୍ୟ ଉପକେନ୍ଦ୍ର କୈାଣସି କାମରେ ଆସୁନଥିବା ପରିଲକ୍ଷିତ ହେଉଛି । ତେବେ ଲୋକ‌ଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଏତେ ଟଙ୍କା ଖର୍ଚ୍ଚ କରାଯାଉଥିଲା କାହିଁକି ? ଯଦି ସ୍ଵାସ୍ଥ୍ୟ ଉପକେନ୍ଦ୍ର ଅଛି, ତେବେ କାର୍ଯ୍ୟକାରୀ କରା ଯାଉନାହିଁ କାହିଁକି ? କୋଠାର ଦିନକୁ ଦିନ ବହୁ ଗୁଡିଏ ସାମାନ ନଷ୍ଟ ହେବାକୁ ବସିଲାଣି । ଅଞ୍ଚଳର ଜନସାଧାରଣ ବହୁ ଆଶା କରିଥିଲେ କି ଉକ୍ତ ସ୍ଵାସ୍ଥ୍ୟ ଉପକେନ୍ଦ୍ର କାର୍ଯ୍ୟକାରୀ କରାଯିବ ଓ ଲୋକେ ଉପଯୁକ୍ତ ଚିକିତ୍ସା ପାଇପାରିବ । ତେବେ ଏହି ସ୍ଵାସ୍ଥ୍ୟ ଉପକେନ୍ଦ୍ରକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.