ମିସାଇଲ୍‌ରୁ ନେଇ ଟ୍ୟାଙ୍କ୍‌ ପର୍ଯ୍ୟନ୍ତ : ଉତ୍ତର କୋରିଆ ବିଶ୍ୱକୁ ଦେଖାଇଲା ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଝଲକ୍‌

ପ୍ୟୋଙ୍ଗ୍‌ୟାଙ୍ଗ : ଉତ୍ତର କୋରିଆର ସୁପ୍ରିମୋ କିମ୍‌ ଜୋଙ୍ଗ୍‌ ବିଶ୍ୱକୁ ସବୁଠୁ ଅଧିକ ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଝଲକ୍‌ ଦେଖାଇଛନ୍ତି । ଏହି ଅବସରରେ ଉତ୍ତର କୋରିଆର ଏଲିଟି କମାଣ୍ଡୋ ଫୋର୍ସର ପ୍ୟାରେଡ଼୍‌ ସହ ଆଧୁନିକ ଏବଂ ସିକ୍ରେଟ୍‌ ଇଣ୍ଟର୍‌କାଣ୍ଟିନେଣ୍ଟଲ୍‌ ବେଲିଷ୍ଟିକ୍‌ ହାୱସାଙ୍ଗ୍‌-୧୫କୁ ବି ପ୍ରଦର୍ଶନ କରାଯାଇଛି । ଏହି ସମୟରେ ରୁଷୀୟ ଅର୍‌ମାଟା ଭଳି ଦେଖାଯାଉଥିବା ମେନ୍‌ ବେଟଲ୍‌ ଟ୍ୟାଙ୍କ୍‌ ମଧ୍ୟ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି । କିଙ୍ଗ୍‌ ଜୋଙ୍ଗ୍‌ ନିଜର ବକ୍ତବ୍ୟରେ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଦେଶ ପକ୍ଷରୁ ତାଙ୍କୁ ଧମକ୍‌ ଦିଆଯାଏ, ତେବେ ଉତ୍ତର କୋରିଆ ନିଜର ପରମାଣୁ ଶକ୍ତିକୁ ସଂପୂର୍ଣ୍ଣ ଭାବେ ସକ୍ରିୟ କରିଦେବ ।

Leave A Reply

Your email address will not be published.