କୋଟି କୋଟି ଟଙ୍କାର ସମ୍ପତ୍ତି ମାଲିକ ଦୁଇ ନିଲମ୍ବିତ ଶିକ୍ଷକ : ସାଧାରଣରେ ଅଭିଯୋଗ, ଏତେ ଟଙ୍କା ଆସିଲା କେଉଁଠୁ : ତଦନ୍ତ ଦାବୀ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଏକ ଘରୋଇ ସ୍କୁଲର ପରିଚାଳନା କରୁଥିବା ଅନୁଦାନପ୍ରାପ୍ତ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଗଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ଓ ବଳଦେବ ସାହୁଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ଲୋକ‌ଙ୍କ ଭିତରେ ଆଲୋଚନା ହେଉଛି, ସେହି ଦୁଇ ଶିକ୍ଷକଙ୍କ ସମ୍ପତ୍ତି ତାଲିକା ବହୁତ ଲମ୍ବା । ବଲାଙ୍ଗିର, ତୁଷୁରା ଓ ଭୁବନେଶ୍ୱରରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ଶ୍ରୀ ପ୍ରଧାନଙ୍କ ରହିଥିବା ବେଳେ ଶ୍ରୀ ସାହୁ ମଧ୍ୟ ବହୁ ସମ୍ପତ୍ତିର ମାଲିକ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହା ସହ ଏହି ହାଇସ୍କୁଲର ଆଉ ୩ ଜଣ ଶିକ୍ଷକ ମଧ୍ୟ କୋଟି କୋଟି ଟଙ୍କାର ମାଲିକ । ଏହି ମହାଶୟମାନେ ନିଜ ସ୍କୁଲରେ ନାମମାତ୍ରକୁ ରହି ଘରୋଇ ସ୍କୁଲ ଓ ହଷ୍ଟେଲ ଚଲାଇବାରେ ବ୍ୟସ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅଭିଭାବକମାନେ ନିଜ ପିଲାର ଭବିଷ୍ୟତକୁ ଦେଖି ମୋଟା ଅଙ୍କରର ଟଙ୍କା ଗଣିବାକୁ ପଛା‌ନ୍ତି ନାହିିଁ । ଏହାର ଫାଇଦା ଉଠାଇଥାନ୍ତି ଏପରି ଶିକ୍ଷକମାନେ । ଏଣୁ ଏମାନଙ୍କ ସମ୍ପତ୍ତି ତାଲିକାର ଯାଞ୍ଚ କରାଗଲେ ଆହୁରି ବହୁତ ଗୁମୁର ଫିଟିବାର ସମ୍ଭାବନା ରହିଛି ବୋଲି ସାଧାରଣରେ ତଦନ୍ତ ଦାବୀ ହେଉଛି ।

Leave A Reply

Your email address will not be published.