ଘରକୁ ଘର ପଲ୍ଲୀ ଭ୍ରମଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଘରକୁ ଘର ପଲ୍ଲୀ ଭ୍ରମଣ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ସେକ୍ଟର -୫ ସ୍ଥିତ କବିସମ୍ରାଟ ପଲ୍ଲୀ ଅଞ୍ଚଳ ପରିଦର୍ଶନ କରିବା ସହିତ ଅଞ୍ଚଳବାସୀଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏହା ସହ ବସ୍ତି ବାସିନ୍ଦାଙ୍କୁ ସ୍ୱଚ୍ଛତା, ପରିବେଶ ଓ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା କରିବା ସହ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କ ଅବଦାନ ପାଇଁ ସେ ସହଯୋଗ ଲୋଡ଼ିଥିଲେ । ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ସମସ୍ତେ ଐକ୍ୟବଦ୍ଧ ଭାବେ ସମସ୍ୟା ଗୁଡ଼ିକୁ ସମାଧାନ କରିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

3 × four =