ଓଡ଼ିଆ ସାହିତ୍ୟ ପଠନ କ୍ଲବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପଠନ କ୍ଲବର ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନାଚକ୍ରର ଉଦ୍‌ଯାପନୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ପ୍ରଦୀପ କୁମାର ଗିରିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଦସ୍ୟ ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ମୁଖ୍ୟବକ୍ତା ଭାବେ ରାଉରକେଲା କଲେଜର ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ଓ ସାହିତ୍ୟ ଆଲୋଚନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଭାଷାର ଉତ୍ପତ୍ତି, ବ୍ୟବହାର, ସଂସ୍କୃତି, ପ୍ରକୃତି ସହ ମଣିଷର ସମ୍ପର୍କ, ସାମାଜିକ, ଆଧ୍ୟାତ୍ମିକ ସଂସ୍କୃତି, ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା, ସାହିତ୍ୟର ବିଭବ, ଓଡ଼ିଆ ସାହିତ୍ୟର ମୋୖଳିକତା, ବ୍ୟକ୍ତି ସତ୍ତା, ରାଷ୍ଟ୍ର ସତ୍ତା, ବିକୃତିରୁ ସଂସ୍କୃତି ପର୍ଯ୍ୟନ୍ତ ବାହାକ ଭାଷା ତଥା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ ସଭାପତିତ୍ୱ ଅଭିଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସଂଯୋଜକ ଶ୍ରୀ ଗିରି ପ୍ରାକ କଥନ ଓ ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଓଡ଼ିଆ କବିତା ଲିଖନ, ଓଡ଼ିଆ ପ୍ରବନ୍ଧ, କବିତା ପାଠ, ଲୋକନୃତ୍ୟ, ସାଧାରଣ ଜ୍ଞାନ, ହସ୍ତାକ୍ଷର, ଭଜନ ଆଦିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ରୀତା ରାୟ, ରୀତା ଦାସ, ଅଳକା ରଶ୍ମି ମହାନ୍ତି, ସନ୍ଧ୍ୟାରାଣୀ ଚୌଧୁରୀ, ସୁଚିତ୍ରା ପାଠକ, ସତ୍ୟେନ୍ଦ୍ର ସିଂ, ପ୍ରକାଶ ଦାଶ, ସରୋଜିନୀ ସାହୁ, ସୁନିତା ମହାଳିକ, ସୌମ୍ୟରଞ୍ଜନ ଦାଶ, ଯାଦବ ବିଶ୍ୱାଳ, ଗୀତା ସାହୁ, ଉଷାରାଣୀ ବେହେରା, ପ୍ରିନମ ମହାନ୍ତି, କୁଳମଣି ବେହେରା, ସମ୍ବିତ ପଟ୍ଟନାୟକ, ଗୋଲକ ବଡାଇକ, ରଞ୍ଜନ ସାମଲ, ଶୈଳବାଳା ଷଡ଼ଙ୍ଗୀ, ସସ୍ମିତା ପ୍ରଧାନ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

one + twelve =