ମହିମୁଣ୍ଡା ଡିଗ୍ରୀ କଲେଜରେ ବିଶ୍ଵ ଭାଷା ସମ୍ବିଳନୀ ଉଦ୍‌ଯାପିତ

ମହିମୁଣ୍ଡା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ମହିମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟରେ ତା.୧୦/୦୧/୨୪ ରିଖରେ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ଅଶୋକ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ମହିମୁଣ୍ଡା ସରପଞ୍ଚ ଶ୍ରୀମତୀ ରଞ୍ଜିତା ଭୋଇ, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ ଓ ପରିଚାଳନା ପରିଷଦ ସଭାପତି ତପନ କୁମାର ବିଶ୍ୱାଲ । ତର୍କ, ରଚନା, ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ମେଡାଲ, ପ୍ରମାଣପତ୍ର ସହ ପୁରସ୍କାର ରାଶି ଅତିଥିମାନେ ବଣ୍ଟନ କରିଥିଲେ । ଓଡ଼ିଆ ଅଧ୍ୟାପକ ଈଶ୍ୱର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷା ବିଭାଗ ଅଧ୍ୟାପକ ପ୍ରେମରାଜ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

Leave A Reply

Your email address will not be published.

sixteen − nine =