
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଆୟୋଜିତ ପ୍ରତିଯୋଗିତାର ତୃତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ପ୍ରଭାତ ଦଣ୍ଡସେନା, ସମ୍ମାନିତ ଅତିଥି ଭାବରେ ଯୁବନେତା ସମରେନ୍ଦ୍ର ମିଶ୍ର, ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଝରୀ, ଗାନ୍ଧିଜୀ କ୍ଲବର ସଭାପତି ରାମଚନ୍ଦ୍ର ପୁରୋହିତ ଓ କ୍ଲବର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ଏବଂ କୋଷାଧକ୍ଷ ରଂଜିତ ବେହେରା ମଂଚାସୀନ ଥିଲେ । ଶଶିକାନ୍ତ ଦାସିଆ, ସଂଜୀବ ମହାରଣା, ନରସିଂହ ସ୍ୱାମୀ ନାଇଡ଼ୁ, ରାଜେନ୍ଦ୍ର ଧାରୁଆ ଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ୍ କମିସନର ଭାବରେ ସୁନୀଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ତୃତୀୟ ଦିନର ଖେଳରେ ଏଥ୍ଲେଟିକ୍ ଆସୋସିଏସନ୍ କଦଳୀପାଳି ଓ ସିସିଏଫ୍ଏ ବୀରମହାରାଜପୁର ମଧ୍ୟରେ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଏହି ଖେଳରେ ଉଭୟ ଦଳ ୧-୧ ଗୋଲ ସ୍କୋର କରିଥିଲେ । ପରିଶେଷରେ ଟାଇବ୍ରେକର ପେନାଲିଟି ସୁଟ୍ଆଉଟ୍ ଷଡ଼ନଡେଥ ଜରିଆରେ କଦଳୀପାଳି ଦଳ ୫-୪ ଗୋଲରେ ବିଜୟ ହାସଲ କରି ପ୍ରଥମ ଦଳ ଭାବରେ ଫାଇନାଲକୁ ଉନ୍ନୀତ ହୋଇଥିଲା । ଆସନ୍ତା ୧୨ ତାରିଖ ଦିନ ଏହି ଦଳ ବି-ପୋଲର ବିଜେତାକୁ ଭେଟିବ । ତୃତୀୟ ଦିନରେ ବଲାଙ୍ଗିର ବିଶିଷ୍ଠ କ୍ରୀଡାବିତ୍ ପଦ୍ମଚରଣ ଦାଶ ଓ ହୃଷିକେଶ ସାଏଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ଟୁନା ମିଶ୍ର, ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ବିଭିତି ସ୍ୱାଇଁ, ଶକ୍ତି ଅମାତ, ଟକିି ମହାପାତ୍ର, ଟିକୁ ପରିଚ୍ଛା, ନତ୍ୟା ପଧାନ, ବିକାଶ ସା, ବିନୋଦ କଲସାଏ, ସରୋଜ ସାହୁ, ଇନ୍ଦ୍ରମଣି ନନ୍ଦ, ପ୍ରଶାନ୍ତ ସେଠ, ମୁନା ପାଳ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ବୌଦ୍ଧ ପଞ୍ଚମ ଆଇଆର୍ବି ଏବଂ କଣ୍ଟାବାଞ୍ଜି କୋଷ୍ଟାଲ ୧୧ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।