pakka

ସରକାରୀ କାର୍ଯ୍ୟାଳୟରେ ତହସିଲଦାରଙ୍କ ଭୋଜି : ଗାଁ ଲୋକେ ରଖିଲେ ଅଟକ, ପୋଲିସ ପହଂଚିବା ପରେ ଉଦ୍ଧାର ହେଲେ ତହସିଲଦାର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଫୁଟବଲ ପଡିଆ ଡିମାର୍‌କେସନ୍‌ କରିବା ବାହାନାରେ ଭୋଜି ଭାତର ଆସର ଚାଲିଥିଲା । ତେବେ ଟିଟିଲାଗଡ଼ ବ୍ଳକ ପରାସରା ସର୍‌କଲ୍‌ ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟରେ ଚାଲିଥିଲା ଭୋଜି । ଗାଁର ଗୋଟିଏ ଗୋଷ୍ଠୀ ଲାଞ୍ଚ ଭାବେ ଭୋଜି ଦେଇଥିବା ଅଭିଯୋଗ ମଧ୍ୟ କରୁଛନ୍ତି । ସୂଚନା ଅନୁସାରେ ଆଜି ଟିଟିଲାଗଡ଼ ତହସିଲଦାର ପ୍ରେମଲାଲ ହିଆଲ ଦୁଇ ଜଣ ରାଜସ୍ୱ ନିରୀକ୍ଷକ ସହ ସିଲଣ୍ଡା ଗାଁରେ ଥିବା ଡଙ୍ଗରବୁଢ଼ା ଫୁଟବଲ ପଡିଆ ମାପ କରିବାକୁ ଯାଇଥିଲେ । ପୂର୍ବରୁ ମଧ୍ୟ ପ୍ରାୟ ୪ରୁ ୫ ଥର ବିଭିନ ରାଜସ୍‌ସ୍ୱ ନିରୀକ୍ଷକ ଏ ଜମିକୁ ମାପ କରି ସାରିଛନ୍ତି । ହେଲେ ଗ୍ରାମବାସୀ ସନ୍ତୁଷ୍ଟ ନ ହେବା ଯୋଗୁଁ ଗାଁ ଲୋକଙ୍କ ଗୁହାରି ଶୁଣି ତହସିଲଦାର ନିଜ ଦଳ ବଳ ସହିତ ଆଜି ନିଜେ ଉପସ୍ଥିତ ରହି ମାପ କରିବାକୁ ଯାଇଥିଲେ । ପଡିଆ ନିକଟରେ ଅନ୍ୟ କିଛି ଲୋକଙ୍କ ରଇତି ଜମି ରହିଥିବା କହିବା ପରେ ଗାଁ ଲୋକେ ମାପ ସଠିକ ନଥିବା ଅଭିଯୋଗ କରିଥିଲେ । ତା’ପରେ ତହସିଲଦାର ଗାଁ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଇ ସେହି ସ୍ଥାନରୁ ମାପ ନ କରି ଚାଲିଯାଇଥିବା ଗାଁ ଲୋକେ କହିଛନ୍ତି । ଏହାପରେ ଗାଁର ଗୋଟିଏ ଗୋଷ୍ଠୀ ଜାଣିବାକୁ ପାଇଲେ ଯେ, ତହସିଲଦାର ଆଉ ତାଙ୍କ ଅଧିକାରୀ ଗାଁ ନିକଟରେ ଥିବା ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟରେ ଭୋଜି ଚାଲିଛି । ଏଥିରେ ଗାଁ ଲୋକେ କ୍ଷୁବ୍ଧ ହୋଇ ଅଧିକାରୀଙ୍କୁ କାର୍ୟ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ । ପ୍ରାୟ ୧ ଘଣ୍ଟା ଧରି କାର୍ୟ୍ୟାଳୟରେ ବନ୍ଦ ହୋଇ ରହିଥିଲେ ତହସିଲଦାର ସହ ୨ ଜଣ ଆର.ଆଇ. । ତେବେ ଖବର ପାଇ ସିନ୍ଧେକେଲା ପୁଲିସ ଆସି ତହସିଲଦାର୍‌ ସମେତ ଦୁଇ ଅଧିକାରୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

four × 2 =