pakka

ଦମକିପାଲିରେ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ ଝାଡାବାନ୍ତିରେ ଆକ୍ରାନ୍ତ : ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଦମକିପାଲି ଗାଁ ଶାନ୍ତିପଡାରେ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ । ୧୫ ଜଣଙ୍କ ମଧ୍ୟରୁ ୮ ଜଣ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଗାଁରେ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଜାରି ରଖିଥିବା ଜଣାପଡିଛି । ଗତକାଲି ଏକ ଶୁଦ୍ଧିକ୍ରିୟା ଥିବା ବେଳେ ସକାଳର ବାସିଖାଦ୍ୟ ରାତିରେ ଖାଇବା ହେତୁ ଝାଡାବାନ୍ତିରେ ଅକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ୩ ଜଣଙ୍କ ସ୍ୱାସ୍ୟବସ୍ଥା ଗମ୍ଭୀର ଥିବାବେଳେ ବାକି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଡାକ୍ତର କହିଛନ୍ତି । ଆକ୍ରାନ୍ତ ମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ଥିବାବେଳେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ଆକ୍ରାନ୍ତମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ସାଇଣ୍ଟିଫିକ ଦଳ ଗ୍ରାମରେ ଥିବା ନଳକୂପରୁ ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଘର ଘର ବୁଲି ଗ୍ରାମର ସମସ୍ତଙ୍କୁ ଓଆର୍‌ଏସ୍‌ ପାଉଡର ଦେଇ ପାଣିକୁ ଫୁଟାଇ ପିଇବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଉଛନ୍ତି ।

jay balangir
Leave A Reply

Your email address will not be published.

4 × 5 =