csstore

ମାନସ ବିହାରରେ ଛପନ ଭୋଗ ଅର୍ପଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଅଁଳାନବମୀ ଅବସରରେ ନିକଟସ୍ଥ ରୁଗୁଡ଼ିଖାଲ ସ୍ଥିତ ମାନସ ବିହାର ରାମ ମନ୍ଦିର ଠାରେ ପ୍ରଭୁ ରଘୁନାଥଙ୍କ ଉଦ୍ଦେଶ୍ୟରେ ଛପନ ଭୋଗ ଅର୍ପଣ କରାଯାଇଛି । ପୂଜକ ଗିରିଧାରୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ବିଭୁକୃପା ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ପୂର୍ବାହ୍ନରେ ମାନସ ବିହାର ପରିସର ମଧ୍ୟରେ ବ୍ୟାସ ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ଦ୍ଵାରା ରାମଚରିତ ମାନସ ପାରାୟଣ ପଠନ କରାଯାଇଥିଲା । ମାନସ ଯଜ୍ଞ କମିଟି ସଭାପତି ଯୁଧିଷ୍ଠିର ପଧାନ, ରତ୍ନାକର ମିଶ୍ର, ବୁଢ଼ୀପଦର୍ ସରପଞ୍ଚ ଲକ୍ଷ୍ମୀ ପଧାନ, ଗଣେଶ ପଧାନ, ବେଦପତି ପଧାନ, ମଧୁସୂଦନ ପଧାନ, ସୁଧାଂଶୁ ଶେଖର ସାହୁ, ବିକ୍ରମ ସିଂରାଏ, ତ୍ରିଲୋଚନ ନାଏକ, ଶେଷଦେବ ପଧାନଙ୍କ ସମେତ ସ୍ଥାନୀୟ ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.