pakka

ସାରସମାଲ-ସିଲେଟକାନି ସେତୁର ଭିତ୍ତିପ୍ରସ୍ତର ଦେଲେ ନରସିଂହ

bbehera
  • ସାରସମାଲ-ସିଲେଟକାନି ରାସ୍ତା ମଧ୍ୟ ହେବ ନିର୍ମାଣ – ନରସିଂହ
  • ପଂଚାୟତର ସମସ୍ତ ଗାଁ ରାସ୍ତାର ଉନ୍ନତିକରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଂଚାୟତର ସାରସମାଲଠାରେ ସାରସମାଲରୁ ସିଲେଟକାନିକୁ ସଂଯୋଗ କରୁଥିବା ରାସ୍ତାସ୍ଥିତ ଝରିଆଯୋର ଉପରେ ୩କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ଥାନୀୟ ସରପଂଚ ଗୋପାଳ କୃଷ୍ଣ ବାଗଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ଦିଆଯାଇଥିବା ଏହି ବିଜୁ ସେତୁ ଯୋଜନା ଅନ୍ତର୍ଗତ ଏହି ସେତୁ ପାଇଁ ଏ ଅଂଚଳର ଲୋକେ ବହୁ ଦିନରୁ ଦାବୀ କରି ଆସୁଥିଲେ । ଉପସ୍ଥିତ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଜେନା ଓ ସହକାରୀ ଯନ୍ତ୍ରୀ ବୁଦେ୍ଧଶ୍ୱର ମହାପାତ୍ର ଏହି ସେତୁଟିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାର ପ୍ରତିଶୃତି ଦେଇଥିଲେ । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ସାରସମାଲ ପଂଚାୟତର ବିଭିନ୍ନ ଗାଁର ଲୋକେ ଉପସ୍ଥିତ ହୋଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅବଗତ କରିଥିଲେ । ବିଶେଷ କରି ସାରସମାଲରୁ ସିଲେଟକାନିକୁ ଯାଇଥିବା ରାସ୍ତା ବହୁତ ଖରାପ ଥିବାରୁ ତାର ନିର୍ମାଣ ପାଇଁ ବିଧାୟକଙ୍କୁ ଲୋକେ ଅନୁରୋଧ କରିଥିଲେ । ତା’ ସହ ସାରସମାଲରେ ଏଏନ୍‌ଏମ୍‌ ସେଣ୍ଟର ନ ଥିବାରୁ ପ୍ରସୂତି ମହିଳାମାନେ ଟୀକା ନେବା ପାଇଁ ଝରିଆଯୋର ଦେଇ ପାଣି ଭିତରେ ସିଲେଟକାନିକୁ ଯାଉଛନ୍ତି । ତେଣୁ ସାରସମାଲରେ ଏକ ଏଏନ୍‌ଏମ୍‌ ସେଣ୍ଟରର ବ୍ୟବସ୍ଥା କରିବା ପାଇଁ ଲୋକେ ବିଧାୟକଙ୍କୁ ଅନୁରୋଧ କରିଥିଲେ । ତା’ ସହ ସାରସମାଲ ପଂଚାୟତ ଅନ୍ତର୍ଗତ ଚୋରମରା, କନକପୁର, ପୁଲସଖଣ୍ଡି, ଅଫାମରା ଇତ୍ୟାଦି ଗାଁକୁ ଉନ୍ନତ ରାସ୍ତା କରାଯାଉ ବୋଲି ମଧ୍ୟ ଦାବୀ ହୋଇଥିଲା । ଯାହାକି ବିଧାୟକ ଶ୍ରୀ ମିଶ୍ର ସେଠାରେ ଉପସ୍ଥିତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ତଥା ଅନ୍ୟାନ୍ୟ ଯନ୍ତ୍ରୀ ଆଜି ଏକା ଏ ଅଂଚଳର ଏ ସମସ୍ତ ଗାଁକୁ ଯାଇଥିବା ରାସ୍ତାକୁ ପରିଦର୍ଶନ କରି ସେ ଉପରେ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସାରସମାଲ ସିଲେଟକାନି ରାସ୍ତାକୁ ଯେତେ ଶୀଘ୍ର ହେବ ନୂଆ ଭାବେ ନିର୍ମାଣ ହେବ ପ୍ରତିଶୃତି ଦେଇଥିଲେ । ଉପସ୍ଥିତ ଥିବା ଲୋକଙ୍କ ସହ ଯୋଗାଯୋଗ ରଖି ସମସ୍ୟା ସଂପର୍କରେ ଅବଗତ କରାଇଲେ ନିଶ୍ଚିତ ଭାବରେ ସାରସମାଲ ପଂଚାୟତର ସର୍ବାଙ୍ଗୀନ ଉନ୍ନତି କରିବାରେ ସେ ସହଯୋଗ କରିବେ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗୋପାଳ ବାଗ, ଜଗବନ୍ଧୁ ମେହେର, ଭାଗିରଥି ମେହେର, ରାମଜୀ ଚୌଧୁରୀ, ଅସୀତ କୁମାର ମିଶ୍ର, କାନ୍ତେଶ୍ୱର ପ୍ରଧାନ, ଛାୟାକାନ୍ତ ଭୋଇ, ଶିବ ମେହେର, ନିଳକଣ୍ଟ ବଗର୍ତ୍ତି, ଚହଲୁ ପୋଡ, ପ୍ରଦୀପ ପ୍ରଧାନ, ପ୍ରଶାନ୍ତ ମେହେର, ଗଦାଧର ପଧାନ, ବାବୁଲୁ ପଧାନ, କମ୍ପ ପଧାନ, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ମୁକୁନ୍ଦ କିଶାନ, ଧୃବ ସେଠିଙ୍କ ସହିତ ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fourteen − eight =

error: Content is protected !!