csstore

ବଲାଙ୍ଗିର ମଧୁବୈଶ୍ୟ ଗୁଡିଆ ସମାଜର ବୈଠକ

  • ଗଣେଷ ପୂଜା ଦିନଠାରୁ ପୌରାଞ୍ଚଳ ଗୁଡିଆ ସମାଜର ଜନଗଣନା କାର୍ଯ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଂଚଳର ମଧୁବୈଶ୍ୟ (ଗୁଡିଆ) ସମାଜର ଏକ ବୈଠକ ନଗର ସଭାପତି ଅନୁପ କୁମାର ଚୋପଦାରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ ପେଲେସ ଲାଇନ ସ୍ଥିତ ନିର୍ମାଣାଧିନ ଗଣେଷ ମନ୍ଦିରଠାରେ ଶ୍ରୀ ଗଣେଷ ପୂଜା ମହାସମାରୋହରେ ପାଳନ କରିବା ପାଇଁ ସ୍ଥିରିକୃତ ହୋଇଛି । ଏହା ସହିତ ଗଣେଷ ପୂଜା ଦିନଠାରୁ ପୌରାଞ୍ଚଳ ଗୁଡିଆ ସମାଜର ଜନଗଣନା କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ମଧୁବୈଶ୍ୟ (ଗୁଡିଆ) ସମାଜର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ଚୋପଦାର ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଜିଲ୍ଲା ସଂପାଦକ ଜୟକୃଷ୍ଣ ସାହୁ, ରମେଶ ଚନ୍ଦ୍ର ସାହୁ, ସରୋଜ କୁମାର ଗୁପ୍ତା, ଦିବ୍ୟସିଂହ ସାହୁ, ଶତୃଜିତ ସାହୁ, ତ୍ରିନାଥ ସାହୁ, ବିଜୟ କୁମାର ସୁବୁଦ୍ଧି, ଆଶିଷ କୁମାର ସାହୁ, ବିଦେଶୀ ସାହୁ, ସନ୍ଦୀପ କୁମାର ସରାଫ, ଉମାକାନ୍ତ ସାହୁ, କୈଳାସ ଚନ୍ଦ୍ର ଚୋପଦାର, ଶୈଳେସ କୁମାର ସାହୁ, ସ୍ମାରକ ସରାଫ, ବିଶ୍ୱଜିତ ସାହୁ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ଜିଲ୍ଲା ସହ ସଂପାଦକ ଦିବ୍ୟସିଂହ ସାହୁ ଧନ୍ୟବାଦ ଅର୍ପଣ କରି ସଭା ଭଂଗ କରିଥିଲେ ।

jayashree
Leave A Reply

Your email address will not be published.