jayashree

ଛତ୍ରପୁର ବାଇପାସ୍‌ରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏନ୍.ଏଚ୍.-୧୬ ଉପରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ବାଟ ଖୋଲିଛି । ଦୀର୍ଘ ବର୍ଷ ଧରି ଜନସାଧାରଣଙ୍କ ତରଫରୁ ବହୁ ଦାବୀ ହୋଇଉଠିଥିଲେ ମଧ୍ୟ ବିଭିନ୍ନ ସମସ୍ୟାକୁ ନେଇ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ବହୁ ବର୍ଷ ପରେ ଆଜି ତାହା ସଫଳ ହେବାକୁ ଯାଉଛି । ବାଇପାସ୍ ଉପରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ଆଜକୁ ପ୍ରାୟ ୨୦ ବର୍ଷ ହେଲା ପ୍ରସାଶନ ଠାରେ ଦାବୀ ହୋଇ ଆସୁଥିଲା । ଏବେ ସରକାର ଦାବୀ ଗ୍ରହଣ କରି ଶୁକ୍ରବାର ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛକ ନିକଟରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କର କମଳରେ ଶୁଭ ଦିଆଯାଇଛି । ଯଥା ଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଶ୍ରୀ ଜେନା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ପ୍ରସାଶନିକ ଅଧିକାରୀ ଓ ପୋଲିସ ଅଧିକାରୀ ଏବଂ ବହୁ ଜନପ୍ରତିନିଧି ଗଣ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.