pakka

ମଧୁରଜଳ, ଯାଆଁଳା ଉତ୍ପାଦନ କେନ୍ଦ୍ର ଓ କ୍ଷୁଦ୍ର ମସ୍ୟ ଖାଦ୍ୟ ନିର୍ମାଣ ଶିଳ୍ପ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

bbehera

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ମଧୁର ଯାଆଁଳା ଉପାଦାନ କେନ୍ଦ୍ର ଓ କ୍ଷୁଦ୍ର ମସ୍ୟ ଖାଦ୍ୟ ନିର୍ମାଣ ଶିଳ୍ପ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହା ଓଡ଼ିଶାରେ ଗଂଜାମ ବ୍ଲକ ପ୍ରଥମ ବୋଲି ଜଣାପଡିଛି । ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ତତ୍ତ୍ୱାବଧାନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଡିଏଫ୍‌ଓ ଅମ୍ଳାନ ନାୟକ, ଏଫ୍‌ଓ ଚନ୍ଦ୍ରମଣି ପ୍ରଧାନ, ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏଲ୍‌ଏମ୍‌ – ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଏପିଡି ନଳିନୀ କାନ୍ତ ମିଶ୍ର, ମିଶନ ଶକ୍ତି ବିପିସି-ଚନ୍ଦନ କୁମାର ପାଢୀ, ଓଡିଶା ଜୀବୀକା ମିଶନ-ବିପିଏମ୍‌ ଜଳନ୍ଦର ମହାରଣା ଉପସ୍ଥିତ ଥିଲେ । ଏହି ପ୍ରକଳ୍ପରେ ୧୧୧ଟି ମହିଳା ମିଶନ ଶକ୍ତି ଗୋଷ୍ଟୀ ମାଛ ଯାଆଁଳା ଉତ୍ପାଦନ କରି ଉପକୃତ ହେବେ । ଓଡ଼ିଶାରେ ଏହାର କାର୍ଯ୍ୟ ଆରମ୍ଭ ହୋଇନଥିବା ବେଳେ ଗଂଜାମ ଜିଲ୍ଲାର ତିନଟି ବ୍ଲକକୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଆସିଥିବା ବେଳେ ଗଂଜାମ ବ୍ଲକରେ ଏହାର ପ୍ରଥମ ଭିତ୍ତିପ୍ରସ୍ତର ସ୍ଥାପନ ଓଡ଼ିଶାରେ ପ୍ରଥମ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

four × 5 =