pakka

ବେଆଇନ ଟୋଲ ଟ୍ୟାକ୍ସ ଆଦାୟର ପ୍ରତିବାଦ : ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇରୁ କୋଲକାତା ଯାଇଥିବା ଅସମ୍ପୂର୍ଣ୍ଣ ରାସ୍ତାରୁ ନିର୍ମାଣକାରୀ ସଂସ୍ଥା ଅଶୋକା ବିଲଡିକନ ଗତ ୯ ବର୍ଷ ହେବ ଯାନବାହାନ ଗୁଡିକରୁ ଟୋଲ ଟ୍ୟାକ୍ସ ଆଦାୟ କରିବା ପ୍ରତିବାଦରେ ଆଜି ହାଇଓ୍ବେ ୟୁଜର୍ସ ଫୋରମ୍ ପକ୍ଷରୁ ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ରାସ୍ତାର ଅସମ୍ପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରାନଗଲେ ଟ୍ୟାକ୍ସ ଆଦାୟ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୩୧/୧୨/୨୦ରେ ଏ ସମ୍ପର୍କରେ ବରଗଡ଼ ଜିଲ୍ଲା ପ୍ରଶାସନକୁ ହାଇଓ୍ବେ ୟୁଜର୍ସ ଫୋରମ୍ ପକ୍ଷରୁ ଅବଗତ କରାଯାଇଥିଲା । ସେତେବେଳେ ତତ୍ କାଳୀନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଫୋରମ୍‌ର ପ୍ରତିନିଧିମାନଙ୍କ ସହ ଅନେକ ଅନୁଷ୍ଠାନ ପ୍ରତିନିଧି ଏବଂ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ, ଅଶୋକା ବିଲଡିକନର ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଏହାର ସମାଧାନ ହୋଇନାହିଁ । ଯଥା ଅସମ୍ପୂର୍ଣ୍ଣ ରାସ୍ତାକୁ ସଂପୂର୍ଣ୍ଣ କରିବା, ରାସ୍ତାକଡ଼ରେ ଲାଇଟ୍ ବ୍ୟବସ୍ଥା, ସାର୍ଭିସ ରାସ୍ତା ନିର୍ମାଣ, ଅଣ୍ଡରପାସ ରାସ୍ତା ନିର୍ମାଣ, ହେବଟି ପାଇଁ ରାସ୍ତାକଡ଼ରେ ଟ୍ରାଫିକ ସଂକେତ, ରାସ୍ତା କଡ଼ରେ ଡ୍ରେନେଜ ବ୍ୟବସ୍ଥା, ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ନିର୍ମାଣ, ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଚିକିତ୍ସା କେନ୍ଦ୍ର ଏ ପର୍ଯ୍ୟନ୍ତ ହୋଇନାହିଁ । ଅପରପକ୍ଷରେ ଏବେ ପୁଣି ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବରାହାଗୁଡା ପଞ୍ଚାୟତର ଗ୍ରାମ୍ୟ ରାସ୍ତାରୁ ମଧ୍ୟ ଯୋର୍ ଜବରଦସ୍ତ ଟ୍ୟାକ୍ସ ଆଦାୟ କରିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ୟୁଜର ଫୋରମ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଫୋରମ୍ ସଭାପତି ଇପ୍ସ ଦେବବ୍ରତ ମିଶ୍ର, ସୁଶାନ୍ତ ଦାଶ, ଶେଖ ନଜିମୁଦ୍ଧିନ, ସରୋଜ ପାଣିଗ୍ରାହୀ, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ । ପରେ ଆନ୍ଦୋଳନ ସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପହଞ୍ଚି ଦାବୀପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.

18 − 13 =