pakka

ଜାମଗାଁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାମଗାଁଠାରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ୨୬/୪/୨୨ ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଗତ ୧୮ ତାରିଖଠାରୁ ୮ ଦିନ ଧରି ଏହି ତାଲିମ ଶିବିର ଚାଲିଥିବା ବେଳେ ଏଥିରେ ୭୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମାଷ୍ଟର ଟ୍ରେନର ଭାବେ ସ୍ୱର୍ଣ୍ଣପ୍ରଭା ମେହେର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଶିଖାଇଥିଲେ । ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା ଏହି ଶିବିରରେ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ଶିବ ପ୍ରସାଦ ଭଞ୍ଜ ମୁଖ୍ୟ ଅତିଥି ଓ ଇତିହାସ ଅଧ୍ୟାପକ ଡ. ଶୁଶାନ୍ତ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଶିବିର କିପରି ଛାତ୍ରୀମାନଙ୍କ ପାଇଁ ସହାୟକ ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଶୋଭାକର ବିଶ୍ୱାଲ ଏହି କାଯ୍ୟକ୍ରମକୁ ପରିଚାଲନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଇଂରାଜୀ ଅଧ୍ୟାପକ ହେମସାଗର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

12 + fifteen =