ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମଭୋଇ ମେଡିକାଲରେ ଜଳଛତ୍ର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମଭୋଇ ମେଡିକାଲ ହସପିଟାଲ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ଜଳଛତ୍ର ଉଦ୍‌ଘାଟନ କରାଯାଇଛି । ଏଥିରେ ଭୀମଭୋଇ ମେଡିକାଲ ହସ୍‌ପିଟାଲର ଏକାଉଣ୍ଟ ଅଫିସର ମୁରାରି ସାହୁ ଓ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ ସାହୁ ଫିତାକାଟି ଜଳଛତ୍ରର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଥଣ୍ଡା ଦହି ପାଣି ଓ କ୍ୱାସ୍‌ ପାଣି ମଧ୍ୟ ବଣ୍ଟନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୁଇଁନ୍ତଲା ବ୍ଲକ ସଦସ୍ୟ ସୁଧିର ପ୍ରଧାନ ଓ ଜିତେନ୍ଦ୍ର ବିଶ୍ୱାଲ, ଆଦିତ୍ୟ ପ୍ରଧାନ, ତାପସ ନାଏକ, ବିଶ୍ୱଜିତ ପ୍ରଧାନ ସହଯୋଗ କରିଥିବା ବେଳେ ରୋସନ ପ୍ରଧାନ, ମନପ୍ରୀତ ପ୍ରଧାନ, କେଶବ ପ୍ରଧାନ, ନୃପରାଜ ସାହୁ, ଭୁବନେଶ୍ୱର ଭୋଇ, ଉପେନ୍ଦ୍ର ପ୍ରଧାନ, ମୁକେଶ ପ୍ରଧାନ, ସୁଧିର ସା, ଦୈତାରୀ ସାହୁ, ରମେଶ ଭୋଇ, ଦିନେଶ ପ୍ରଧାନ, ଅଗସ୍ତି ସାହୁ, ଅମିତ କୁମାର ବାରିକ, କେଶବ ସାହୁ, ସୁନାଧର ଭୋଇ, ରଂଜିତ ପ୍ରଧାନ, ଶଙ୍କର ପ୍ରଧାନ, ନିରଞ୍ଜନ ପ୍ରଧାନ, ରାମକ୍ରିଷ୍ଣା ନାଏକ, ଯଶୋବନ୍ତ ଭୋଇ, ନୀଳ ପ୍ରଧାନ ସମେତ ବିଭିନ୍ନ ବ୍ଲକର ଯୁବ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.